ପେଟ୍ରୋଲ୍‌ ୧୭%, ଡିଜେଲ୍‌ ବିକ୍ରି ୨୬% ହ୍ରାସ

ନୂଆଦିଲ୍ଲୀ: କରୋନା ପ୍ରଭାବରେ ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରିରେ ବଡ଼ ଧରଣର ହ୍ରାସ ଘଟିଛି। ଚଳିତ ବର୍ଷ ମାର୍ଚ୍ଚରେ ପେଟ୍ରୋଲ୍ ବିକ୍ରି ୧୭% ହ୍ରାସ ପାଇଥିବା ବେଳେ ଡିଜେଲ୍‌ ବିକ୍ରି ୨୬% କମିଛି। ଏହି ମାସରେ ୧.୯୪ ନିୟୁତ ଟନ୍ ପେଟ୍ରୋଲ୍ ଓ ୪.୯୮ ନିୟୁତ ଟନ୍ ଡିଜେଲ୍ ବିକ୍ରି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚର ଶେଷ ସପ୍ତାହରେ ୨୧ ଦିନିଆ ଲକ୍‌ ଡାଉନ୍ ଘୋଷଣା କରିବାରୁ ତେଲ ବିକ୍ରି ଅଧିକ ପ୍ରଭାବିତ ହୋଇଛି। କାର୍‌ ଓ ବାଇକ୍‌ଗୁଡ଼ିକର ଚଳାଚଳ ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଚାଲୁଛି। ତେଣୁ ପେଟ୍ରୋଲ୍ ପମ୍ପରେ ତେଲ ବିକ୍ରି ବହୁତ କମିଯାଇଛି। ବିମାନ ଉଡ଼ାଣରେ କଟକଣା ଲଗାଯାଇଥିବାରୁ ବିମାନ ଇନ୍ଧନ ବିକ୍ରି ମଧ୍ୟ ୩୩ ପ୍ରତିଶତ ହ୍ରାସ ପାଇଛି। ଏଲ୍‌ପିଜି ବିକ୍ରି ମଧ୍ୟ ୧.୭ ପ୍ରତିଶତ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର