ପେଟ୍ରୋଲ୍, ଡିଜେଲ୍‌ ଟିକସ କମିବନି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଟିକସ ହ୍ରାସ କରିବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ କହିଛନ୍ତି। ମୁମ୍ବାଇରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୯୪ ଟଙ୍କା ସ୍ତର ଟପିସାରିଲାଣି। ଭୁବନେଶ୍ବରରେ ୮୭ ଟଙ୍କାରୁ ଅଧିକ ମୂଲ୍ୟରେ ପେଟ୍ରୋଲ୍ ବିକ୍ରି ହେଉଛି। ପେଟ୍ରୋଲ୍‌ର ଖୁଚୁରା ଦାମ୍‌ରେ ଟିକସ ଭାଗ ୬୧ ପ୍ରତିଶତ ଥିବା ବେଳେ ଡିଜେଲ୍‌ରେ ତାହା ୫୬%ରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର