ଭୁବନେଶ୍ବର: କ୍ରମାଗତଭାବେ ଦ୍ବିତୀୟ ଦିନ ପାଇଁ ଗୁରୁବାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି। ବୁଧବାର ତୁଳନାରେ ଗୁରୁବାର ଭୁବନେଶ୍ବରରେ ଲିଟର ପିଛା ପେଟ୍ରୋଲ ଦର ୨୧ ପଇସା ଏବଂ ଡିଜେଲ ଦର ୨୨ ପଇସା ଖସିଛି। ଦୁଇ ସେହିଭଳି ଦୁଇଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୩୯ ଏବଂ ୪୧ ପଇସା ହ୍ରାସ ପାଇ ଲିଟର ପିଛା ଯଥାକ୍ରମେ ୯୧ ଟଙ୍କା ୫୧ ପଇସା ଏବଂ ୮୮ ଟଙ୍କା ୭୯ ପଇସାକୁ କମିଛି। ଗତବର୍ଷ ମାର୍ଚ୍ଚ ୧୬ ତାରିଖରେ ତେଲ ଦର କମିଥିଲା। ଏହାପରେ ଦେଶରେ ତେଲ ଦର ବୃଦ୍ଧି ପାଉଥିଲା କିମ୍ବା ସ୍ଥିର ରହିଥିଲା। ଗତକାଲି ପ୍ରଥମ ଥର ପାଇଁ ଦର ହ୍ରାସ ଘଟିଥିବାବେଳେ ଆଜି ଦ୍ବିତୀୟ ଥର ପାଇଁ କମିଛି। ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ମାର୍ଚ୍ଚ ମାସରେ ସରକାର ତେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିଲେ। ସେବେଠାରୁ ଆଜି ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୨୧ ଟଙ୍କା ୫୮ ପଇସା ଏବଂ ୧୯ ଟଙ୍କା ୧୮ ପଇସା ବୃଦ୍ଧି ଘଟିଛି।
ଆହୁରି ଶସ୍ତା ହେଲା ପେଟ୍ରୋଲ୍, ଡିଜେଲ୍
/sambad/media/post_attachments/wp-content/uploads/2021/03/Petrol.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)