ନୂଆଦିଲ୍ଲୀ: ନିବାଚନ ଫଳାଫଳ ଘୋଷଣା ହେବା ପରଠାରୁ ନିୟମିତ ପେଟ୍ରୋଲ୍ ଓ ଡିଜେଲ ଦର ବଢ଼ୁଛି। ସେହିଦିନ ଠାରୁ ଦିଲ୍ଲୀରେ ପେଟ୍ରୋଲ୍ ୬୪ ପଇସା ଏବଂ ଡିଜେଲ୍ ୬୮ ପଇସା ମହଙ୍ଗା ହୋଇସାରିଲାଣି। ଆଗାମୀ ଦିନରେ ତେଲ ଦର ବୃଦ୍ଧିର ଏହି ଧାରା ଜାରି ରହିବ। ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ତେବେ ଏକାଥରେ ନୁହେଁ ପର୍ଯ୍ୟାୟକ୍ରମେ ଏହି ଦର ବୃଦ୍ଧି ହେବ। ପ୍ରତିଦିନ କିଛି କିଛି ପଇସା ଭାବେ ଏହି ଦୁଇ ତେଲର ଦର ବଢ଼ିଚାଲିବ। ତେଲ ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ ଏଭଳି ଆକଳନ କରିଛନ୍ତି। କ୍ରମାଗତ ଚତୁର୍ଥ ଦିନ ପାଇଁ ତେଲ ଦର ବଢ଼ିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ମହଙ୍ଗା ହେଉଥିବାରୁ ଦେଶ ଭିତରେ ପେଟ୍ରୋଲ ଓ ଡିଜେଲ ଦାମ୍ ବଢ଼ୁଛି। ଲୋକସଭା ନିର୍ବାଚନ ଚାଲିଥିବା ସମୟରେ ମଧ୍ୟ ଅଶୋଧିତ ତେଲ ମହଙ୍ଗା ଥିଲା, କିନ୍ତୁ ତେଲ କଂପାନିଗୁଡ଼ିକ ଦର ବଢ଼ାଇନଥିଲେ। ସେହି ସମୟରେ ସେମାନେ ବିପୁଳ ପରିମାଣର କ୍ଷତି ସହିଛନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ, ତେଲ କଂପାନିଗୁଡ଼ିକ ଯଦି ବଜାର ଦର ଠାରୁ ୧ ଟଙ୍କା କମ୍ ଦାମରେ ତେଲ ବିକିବେ ତେବେ ସେମାନଙ୍କୁ ଦୈନିକ ୧୫୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଆନ୍ତର୍ଜାତିକ ବଜାରରେ ଗତ ଶୁକ୍ରବାର ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୬୮.୬୯ ଡଲାର ଥିଲା। ମାତ୍ର ୧୫ ଦିନ ପୂର୍ବରୁ ଏହି ଦର ୭୦ ଡଲାରରୁ ଉପର ସ୍ତରରେ ରହୁଥିଲା। ଆଜି (ରବିବାର) ଦିନ ତେଲ କଂପାନିଗୁଡ଼ିକ ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦାମରେ ୧୪ ପଇସା ଓ କୋଲକାତାରେ ୧୩ ପଇସାର ବୃଦ୍ଧି କରିଥିଲେ। ସେହିପରି ଡିଜେଲ ମୂଲ୍ୟରେ ୭-୮ ପଇସାର ବୃଦ୍ଧି କରିଥିଲେ। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୭୧ ଟଙ୍କା ୬୭ ପଇଦସା ଥିବା ବେଳେ ମୁମ୍ବାଇରେ ତାହା ସର୍ବାଧିକ ୭୭ ଟଙ୍କା ୨୮ ପଇସା ରହିଛି। ସେହିପରି ଡିଜେଲର ମୂଲ୍ୟ ଦିଲ୍ଲୀରେ ୬୬ ଟଙ୍କା ୬୪ ପଇସା ଥିବା ବେଳେ ଚେନ୍ନାଇରେ ତାହା ସର୍ବାଧିକ ୭୦ ଟଙ୍କା ୪୫ ପଇସା ରହିଛି।
ପେଟ୍ରୋଲ୍, ଡିଜେଲ୍ ଦାମ ୩ ଟଙ୍କା ବଢ଼ିବ!
/sambad/media/post_attachments/wp-content/uploads/2019/05/petrol.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)