୩୫ ପଇସା ବଢିଲା ପେଟ୍ରୋଲ-ଡିଜେଲ ଦର: ଦେଶର ଏହି ସବୁ ବଡ ସହରରେ ୧୦୦ ପାର୍ କଲା ପେଟ୍ରୋଲ

ଜାଣନ୍ତୁ ଭୁବନେଶ୍ୱରରେ କେତେ?

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ତୈଳ ଦର । ଆଜି ପେଟ୍ରୋଲ-ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଦେଶର କିଛି ପ୍ରମୁଖ ସହରରେ ୧୦୦ ପାର କରିଛି ପେଟ୍ରୋଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଦର ୯୮ଟଙ୍କା ୯୯ ପଇସା ରହିଛି । ବାରମ୍ବାର ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।

ମୁମ୍ବାଇ, ଭୋପାଲ, ପାଟନା ଓ ହାଇଦ୍ରାବାଦ ଭଳି ସହରରେ ପେଟ୍ରୋଲ ଦର ୧୦୦ ପାର କରିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୯୮ ଟଙ୍କା ୧୧ ପଇସା ରହିଛି । ଆଜି ସକାଳ ୬ଟାରୁ ପେଟ୍ରୋଲର ନୂଆ ଦର ଲାଗୁ ହୋଇଛି । ତେବେ ଜାଣନ୍ତୁ କେଉଁ ସ୍ଥାନରେ କେତେ ରହିଛି ପେଟ୍ରୋଲ-ଡିଜେଲ ଦର ।

ଭୁବନେଶ୍ୱର- ପେଟ୍ରୋଲ- ୯୮.୯୯, ଡିଜେଲ-୯୮.୬୮

ଦିଲ୍ଲୀ- ପେଟ୍ରୋଲ- ୯୮.୧୧, ଡିଜେଲ-୮୮.୬୫

ମୁମ୍ବାଇ- ପେଟ୍ରୋଲ- ୧୦୪.୨୨, ଡିଜେଲ-୯୬.୧୬

କୋଲକାତା- ପେଟ୍ରୋଲ- ୯୭.୯୯, ଡିଜେଲ-୯୧.୪୯

ଚେନ୍ନାଇ- ପେଟ୍ରୋଲ- ୯୯.୧୮, ଡିଜେଲ-୯୩.୨୨

ଭୋପାଳ- ପେଟ୍ରୋଲ- ୧୦୬.୩୫, ଡିଜେଲ-୯୭.୩୭

ପାଟନା- ପେଟ୍ରୋଲ- ୧୦୦.୧୩, ଡିଜେଲ-୯୪.୦୦

ବେଙ୍ଗାଲୁରୁ- ପେଟ୍ରୋଲ- ୧୦୧.୩୯, ଡିଜେଲ-୯୩.୯୮

ହାଇଦ୍ରାବାଦ- ପେଟ୍ରୋଲ- ୧୦୧.୬୦, ଡିଜେଲ-୯୬.୨୫

ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୯୮.୫୩ ପଇସା ଥିବା ବେଳେ ଆଜି ସକାଳୁ ଏହା ୯୮ ଟଙ୍କା ୯୯ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୯୮ ଟଙ୍କା ୬୮ ପଇସା ହୋଇଛି ।

ସମ୍ବନ୍ଧିତ ଖବର