ଜିଏସ୍‌ଟିରେ ସାମିଲ ହୋଇପାରେ ପେଟ୍ରୋଲ

0

ନୂଆଦିଲ୍ଲୀ: ଆସନ୍ତାକାଲି (ଗୁରୁବାର) ଜିଏସ୍‌ଟି ପରିଷଦର ବୈଠକରେ ପେଟ୍ରୋଲିୟମ୍‌ ଉତ୍ପାଦକୁ ଜିଏସ୍‌ଟି ଅଧୀନରେ ସାମିଲ କରିବା ନେଇ ଆଲୋଚନା ହେବ। ପ୍ରାକୃତିକ ଗ୍ୟାସ୍‌ ଏବଂ ଜମି କିଣାବିକାକୁ ମଧ୍ୟ ସାମିଲ କରିବା ଉପରେ ଆଲୋଚନା ହେବାର ବହୁତ ସମ୍ଭାବନା ରହିଛି। ଦେଶରେ ପେଟ୍ରୋଲ୍‌ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ପେଟ୍ରୋଲିୟମ୍‌ ଉତ୍ପାଦକୁ ଜିଏସ୍‌ଟିରେ ସାମିଲ କରିବା ପାଇଁ ଗତକାଲି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.