କାର ନ ଚଳାଇ ଏସି ଚଳାଇଲେ ଏତିକି ପେଟ୍ରୋଲ ସରିଥାଏ

ନୂଆଦିଲ୍ଲୀ: ଖରାଦିନେ ଅଧିକାଂଶ ଲୋକ କାରରେ ଯିବାବେଳେ ଏସି ବ୍ୟବହାର କରିଥାନ୍ତି | ଏହା ବାଦ ଆଉ କିଛି ଲୋକ କାର ଛିଡା କରାଇ ଇଂଜିନ ଷ୍ଟାର୍ଟ କରି ଏସି ଲଗାଇଥାନ୍ତି | ତେବେ ଏହି ସମୟରେ କେତେ ପେଟ୍ରୋଲ ଖର୍ଚ୍ଚ ହୋଇଥାଏ, ଏହି ପ୍ରଶ୍ନ ବି ଆପଣଙ୍କ ମୁଣ୍ଡକୁ ଆସିଥାଏ କି? ଯଦି ହଁ, ତେବେ ଆମେ ଆପଣଙ୍କୁ ଆଜି ଏବାବଦରେ ସୂଚନା ଦେବୁ | ବାସ୍ତବରେ କାରରେ ଏସି ଚଳାଇବା ଦ୍ୱାରା କମ୍ ମାଇଲେଜ୍ ଦେଇଥାଏ, କାରଣ କାରର ଇଞ୍ଜିନ ସହିତ ଏହା ସିଧାସଳଖ ସଂଯୁକ୍ତ ହୋଇଥାଏ | କାର ଏସିର କମ୍ପ୍ରେସର ଇଞ୍ଜିନର ବେଲ୍ଟ ସହିତ ସଂଯୁକ୍ତ, ତେଣୁ ଏସି ଚଳାଇଲେ ଇଞ୍ଜିନ ଉପରେ ଅତିରିକ୍ତ ଚାପ ପଡିଥାଏ | ଯେଉଁ କାରଣରୁ ଇନ୍ଧନ ଅଧିକ ଖର୍ଚ୍ଚ ହୁଏ | ଆପଣ ଜାଣନ୍ତି କି ଯଦି କାରର ଏସି ୧ ଘଣ୍ଟା ପାଇଁ ଚଳାଯାଏ, ତେବେ କେତେ ପେଟ୍ରୋଲ ଖର୍ଚ୍ଚ ହୁଏ ଏବଂ ଏହା ମାଇଲେଜ୍ ଉପରେ କେତେ ପ୍ରଭାବ ପକାଇଥାଏ? ବାସ୍ତବରେ କାରରେ ଏସି ଚଳାଇଲେ ମାଇଲେଜ ଉପରେ ୫-୬ ପ୍ରତିଶତ ପ୍ରଭାବ ପଡିଥାଏ |

ତେବେ ଆପଣ କେଉଁଠାରେ କାର୍ ଚଳାଉଛନ୍ତି ତାହା ଉପରେ ମାଇଲେଜ ନିର୍ଭର କରେ | ଯଦି କାରଟି ରାଜପଥରେ ଚଲାଉଛନ୍ତି, ତେବେ ମାଇଲେଜରେ ଅଧିକ ପାର୍ଥକ୍ୟ ଆସେନାହିଁ, କିନ୍ତୁ ଯଦି କାରଟି କମ୍ ବେଗରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଚଳାଉଛନ୍ତି, ତେବେ ଇନ୍ଧନ ଅଧିକ ଖର୍ଚ୍ଚ ହୁଏ ଏବଂ ମାଇଲେଜ୍ ମଧ୍ୟରେ ପାର୍ଥକ୍ୟ ୭-୮ ପ୍ରତିଶତ ପର୍ଯ୍ୟନ୍ତ ଦେଖାଯାଏ | କାରର ଏସି ମାଇଲେଜ୍ ଉପରେ ଏତେ ପ୍ରଭାବ ପକାଇନଥାଏ | ମନେକରନ୍ତୁ ଯଦି ଆପଣଙ୍କ କାର ଲିଟର ପିଛା ୧୪ କିଲୋମିଟର ମାଇଲେଜ ଦେଇଥାଏ, ଏସି ଚଳାଇଲେ ମାଇଲେଜ ୧୨ରୁ ୧୩ କିଲୋମିଟର ଭିତରେ ରହିବ | ଅନେକ ଥର ଆପଣ ଦେଖିଥିବେ କିଛି ଲୋକ ଛିଡା ହୋଇଥିବା କାରରେ ଏସି ଚଳାଇଥାନ୍ତି | ଏକ ଆକଳନ ଅନୁଯାୟୀ, ଯଦି ଆପଣଙ୍କର କାରର ଇଞ୍ଜିନ୍ ୧୦୦୦ ସିସି ହୋଇଥାଏ, ଆପଣ ଇଞ୍ଜିନ ଅନ କରନ୍ତି ତେବେ ଏକ ଘଣ୍ଟା ମଧ୍ୟରେ ପ୍ରାୟ ୦.୭ ଲିଟର ପେଟ୍ରୋଲ ଖର୍ଚ୍ଚ ହେବ | ଅନ୍ୟ ପଟେ, ଯଦି ଆପଣ ଷ୍ଟାର୍ଟ ଗାଡିରେ ଏସି ଅନ୍ କରନ୍ତି, ତେବେ ପାଖାପାଖି ୧.୨ କିମ୍ବା ୧.୩ ଲିଟର ପେଟ୍ରୋଲ ଖର୍ଚ୍ଚ ହେବ | ତେବେ କାରରେ ଏସି ଅନ ହେଲେ କେତେ ମାଇଲେଜ୍ ମିଳିବ ତାହା କାରର ବେଗ, ରାସ୍ତା ଏବଂ ଆପଣଙ୍କ ଚଳାଇବା ଉପରେ ନିର୍ଭର କରେ |

ସମ୍ବନ୍ଧିତ ଖବର