ଭୁବନେଶ୍ୱର: ପେଟ୍ରୋଲ୍ ଓ ଡିଜେଲ ଉପରେ ଲାଗୁ କରାଯାଇଥିବା ଭାଟ୍ ବାବଦରେ ରାଜ୍ୟ ସରକାର ୨୦୧୬-୧୭ରେ ୨୩୧୩ କୋଟି ୨୯ ଲକ୍ଷ ଟଙ୍କା ଆଦାୟ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା କହିଛନ୍ତି।
ସେ କହିଛନ୍ତି ଯେ ୨୦୧୬-୧୭ରେ ମୋଟ ଉପରେ ପେଟ୍ରୋଲ୍ ଓ ଡିଜେଲ୍ ଭାଟ୍ ବାବଦକୁ ୪୧୭୩ କୋଟି ଟଙ୍କା ମିଳିଥିଲା। ରାଜ୍ୟରେ ବିକ୍ରି ହୋଇଥିବା ପେଟ୍ରୋଲ୍ ଓ ଡିଜେଲ୍ ବାବଦକୁ ୨୩୧୩ କୋଟି ୨୯ ଲକ୍ଷ ଟଙ୍କା ମିଳିଥିବା ବେଳେ ଅନ୍ୟ ୧୮୫୯ କୋଟି ୭୪ ଲକ୍ଷ ଟଙ୍କାକୁ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ବକେୟା ଟିକସ ଭାବେ ଦାଖଲ କରାଯାଇଥିଲା।
ଓଡ଼ିଶା ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ୨୬% ଭାଟ୍ ଲାଗୁ କରିଛନ୍ତି। ଏଠାରେ ବିକ୍ରି ହେଉଥିବା ଇନ୍ଧନର ପ୍ରକୃତ ମୂଲ୍ୟ ଓ ସେଥିରେ ଲଗାଯାଇଥିବା ଟିକସ ବିଷୟରେ ସେ ବିସ୍ତତ ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଏପ୍ରିଲ୍ ମାସ ୨ ତାରିଖରେ ରାଜ୍ୟରେ ପେଟ୍ରୋଲ୍ ମୂଲ୍ୟ ୭୨ ଟଙ୍କା ୬୭ ପଇସା ଥିଲା। ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ପମ୍ପ୍କୁ ଯୋଗାଇ ଦେଉଥିବା ଲିଟର ପିଛା ପେଟ୍ରୋଲ୍ର ମୂଲ୍ୟ ହେଉଛି ୩୫ ଟଙ୍କା ୫୯ ପଇସା। ଏହା ଉପରେ କେନ୍ଦ୍ରୀୟ ଉତ୍ପାଦନ ଓ ଅତିରିକ୍ତ ଶୁଳ୍କ ବାବଦରେ ୧୯ ଟଙ୍କା ୪୮ ପଇସା ଲାଗୁ କରାଯାଇଛି। ରାଜ୍ୟ ସରକାର ଭାଟ୍ ବାବଦରେ ୧୪ ଟଙ୍କା ୩୨ ପଇସା ଆଦାୟ କରୁଛନ୍ତି। ସେହିପରି ଏପ୍ରିଲ୍ ୨ ତାରିଖରେ ଲିଟର ପିଛା ଡିଜେଲ୍ର ମୂଲ୍ୟ ୬୯ ଟଙ୍କା ୪୦ ପଇସା ଥିଲା। ତେଲ କଂପାନିଗୁଡ଼ିକ ଏକ ଲିଟର ଡିଜେଲ୍ ୩୮ ଟଙ୍କାରେ ଯୋଗାଇ ଦେଉଛନ୍ତି। ଏହା ଉପରେ କେନ୍ଦ୍ର ସରକାରଙ୍କ ୧୫ ଟଙ୍କା ୩୩ ପଇସାର ଉତ୍ପାଦନ ଶୁଳ୍କ ଓ ଅତିରିକ୍ତ ଲାଗୁ କରିଛନ୍ତି। ଭାଟ୍ ବାବଦରେ ରାଜ୍ୟ ସରକାର ୧୩ ଟଙ୍କା ୮୬ ପଇସା ଆଦାୟ କରୁଛନ୍ତି ବୋଲି ସେ କହିଛନ୍ତି।
କାହା ଉପରେ କେତେ ଟିକସ
ପେଟ୍ରୋଲ୍ ଦର (ଟଙ୍କା)
ତେଲ କଂପାନି ଦର ୩୫.୫୯
କେନ୍ଦ୍ର ଟିକସ ୧୯.୪୮
ରାଜ୍ୟ ଟିକସ ୧୪.୩୨
ଅନ୍ୟାନ୍ୟ ୩.୨୮
ମୋଟ ଦର ୭୨.୬୭
ଡିଜେଲ୍ ଦର (ଟଙ୍କା)
ତେଲ କଂପାନି ଦର ୩୮.୦୦
କେନ୍ଦ୍ର ଟିକସ ୧୫.୩୩
ରାଜ୍ୟ ଟିକସ ୧୩.୮୬
ଅନ୍ୟାନ୍ୟ ୨.୨୧
ମୋଟ ଦର ୬୯.୪୦
(ଏପ୍ରିଲ୍ ୨ ତାରିଖର ଲିଟର୍ ପିଛା ଦର ହିସାବ)
ପେଟ୍ରୋଲ୍, ଡିଜେଲ୍ ଭାଟ୍ରୁ ୨୩୧୩ କୋଟି ଆୟ
/sambad/media/post_attachments/wp-content/uploads/2018/04/gst-1.jpg)
/sambad/media/agency_attachments/2024-07-24t043029592z-sambad-original.webp)