ଭୁବନେଶ୍ବର/ନୂଆଦିଲ୍ଲୀ: ପେଟ୍ରୋଲ୍ ଦର ପୁଣି ଥରେ ବଢ଼ିବା ଆରମ୍ଭ ହୋଇଛି। ଭୁବନେଶ୍ବରରେ ପେଟ୍ରୋଲ୍ର ଲିଟର ପିଛା ଦର ୭୨ ଟଙ୍କା ୨୦ ପଇସାରେ ପହଞ୍ଚିଯାଇଛି। ସେହି ସମୟରେ ଡିଜେଲ୍ର ଲିଟର ପିଛା ଦର ୭୧ ଟଙ୍କା ୪ ପଇସା ହୋଇଯାଇଛି। ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦରରେ ଫରକ ମାତ୍ର ୧ ଟଙ୍କା ୧୬ ପଇସା ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ର ଲିଟର ପିଛା ଦର ୭୩ ଟଙ୍କା ୨୧ ପଇସା ହୋଇଯାଇଛି। ଶେଷ ଥର ପାଇଁ ୨୦୧୮ ନଭେମ୍ବର ୨୯ରେ ପେଟ୍ରୋଲ୍ ଦରକୁ ଏହି ସ୍ତରରେ ଦେଖିବାକୁ ମିଳିଥିଲା। ମୁମ୍ବାଇରେ ପେଟ୍ରୋଲ୍ର ଲିଟର ପିଛା ଦର ୭୮ ଟଙ୍କା ୮୨ ପଇସା ହୋଇଯାଇଛି। ଏହି ଇନ୍ଧନର ଦର ବିଗତ ସାଢ଼େ ସାତ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି।
ଉଲ୍ଲେଖଯୋଗ୍ୟ, ଚଳିତ ମାସ ପାଞ୍ଚ ତାରିଖରେ ନିଜର ପ୍ରଥମ ବଜେଟ୍ ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଓ ଡିଜେଲ୍ ଉପରେ ଉତ୍ପାଦନ ଶୁଳ୍କ ଏକ ଟଙ୍କା ଲେଖାଏଁ ବଢ଼ାଇବା ସହିତ ସେସ୍ ମଧ୍ୟ ଲାଗୁ କରିଥିଲେ। ଫଳରେ ପେଟ୍ରୋଲ୍ ଓ ଡିଜେଲ ଉପରେ ଲଗାଯାଇଥିବା ଟିକସ ପରିମାଣ ଏକାଥରେ ଦୁଇ ଟଙ୍କା ବଢ଼ିଯାଇଥିଲା। ଏହାର ଦିନକ ପରେ ସାରା ଦେଶରେ ପେଟ୍ରୋଲ୍ ଓ ଡିଜେଲ ଦର ପାଖାପାଖି ଅଢ଼େଇ ଟଙ୍କା ବଢ଼ିଯାଇଥିଲା। ଏବେ କିନ୍ତୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦରରେ ହେଉଥିବା ବୃଦ୍ଧି ଯୋଗୁ ସ୍ଥାନୀୟ ବଜାରରେ ପେଟ୍ରୋଲ୍ ଓ ଡିଜେଲ୍ର ଦାମ୍ ବଢ଼ୁଛି। ଅଶୋଧିତ ତେଲର ବ୍ୟାରେଲ ପିଛା ଦର ଏବେ ୬୬ ଡଲାର ପାଖାପାଖି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/One-Rupee-Vary_Petrol-Diesel_Thumbnail.jpg)