ପେଟ୍ରୋଲ, ଡିଜେଲ ଦର ସମାନ ହୋଇପାରିବ କି?

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଚାରି ଚକିଆ ଯାନ ଏବଂ ଘରୋଇ କାର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ସମାନ ହୋଇ ପାରିବ କି? କେନ୍ଦ୍ର ସରକାରଙ୍କୁ ଆଜି ଏହି ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ। ଡିଜେଲ କାରରୁ ପରିବେଶ ପ୍ରଦୂଷଣ ଚିନ୍ତାଜନକ ବୋଲି ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କର୍ତୃପକ୍ଷ (ଇପିସିଏ) କହିବା ପରେ ସୁପ୍ରିମକୋର୍ଟ ଏହି ପ୍ରଶ୍ନ ପଚାରିଛନ୍ତି। ବିଚାରପତି ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ଏ ନେଇ ଚିନ୍ତା କରିବା ଉଚିତ ବୋଲି କହିଛନ୍ତି। ସାମଗ୍ରୀ ପରିବହନ କରୁଥିବା ଯାନ ବ୍ୟତୀତ ଅନ୍ୟ ଚାରି ଚକିଆ ଯାନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ସମାନ କରିବାକୁ ବିଚାର କରିବା ଲାଗି କୁହାଯାଇଛି। ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର