ନୂଆଦିଲ୍ଲୀ: ‘ଅଏଲ୍ ମାର୍କେଟିଙ୍ଗ୍ କମ୍ପାନିମାନେ’ (ଓଏମ୍ସି) ଆସନ୍ତା ସପ୍ତାହରେ ପେଟ୍ରୋଲ୍ ଓ ଡିଜେଲ୍ ଖୁଚୁରା ଦର କମାଇ ପାରନ୍ତି ବୋଲି ଶୁଣାଯାଉଛି। ଚାହିଦା ହ୍ରାସ ବିଶ୍ବବ୍ୟାପୀ ତୈଳ ଦର ଚାପଗ୍ରସ୍ତ ହୋଇପଡ଼ିଛି। ତେଣୁ ଆଗାମୀ ଦିନମାନଙ୍କରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇପାରେ ବୋଲି ଅଏଲ୍ ସେକ୍ଟର୍ ବିଶେଷଜ୍ଞମାନେ ବିଶ୍ବାସ କରୁଛନ୍ତି।
ଏଭଳି ମାନ୍ଦାବସ୍ଥା ଗୋଟିଏ କିଂବା ଅଧିକ ସପ୍ତାହ ଲାଗି ରହିଲେ ଭାରତୀୟ ଇନ୍ଧନ ଗ୍ରାହକମାନେ ବିଶେଷ ଲାଭବାନ ହେବେ। ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ପୂର୍ବରୁ ୪୨ ଡଲାର୍ରେ ବିକ୍ରି ହେଉଥିବା ବାରେଲ୍ ଏବେ ପ୍ରାୟ ୪୦ ଡଲାର୍ରେ ବିକ୍ରି ହେଉଥିବାରୁ ଗତ ଏକ ସପ୍ତାହ ହେବ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ୫% ହ୍ରାସ ପାଇଛି।
Image Courtesy of Zee Businessତୈଳ ଚାହିଦା ହ୍ରାସ ଏବଂ ତୈଳ ଷ୍ଟକ୍ ବୃଦ୍ଧି କାରଣରୁ ଅଶୋଧିତ ତୈଳ ଦର ପୁଣି ହ୍ରାସ ପାଇପାରେ ବୋଲି ତୈଳ ଉତ୍ପାଦନକାରୀ କମ୍ପାନିମାନେ ଆଶଙ୍କା କରୁଛନ୍ତି। ପ୍ରାୟ ଏକ ମାସ ହେବ ‘ଅଏଲ୍ ମାର୍କେଟିଙ୍ଗ୍ କମ୍ପାନି’ ସବୁ ପେଟ୍ରୋଲ୍ ଓ ଡିଜେଲ୍ର ଖୁଚୁରା ବିକ୍ରୟ ମୂଲ୍ୟ ଅପରିବର୍ତ୍ତିତ ରଖିଛନ୍ତି। କିନ୍ତୁ, ଟିକସ ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ୍ ଓ ଡିଜେଲ୍ ଖୁଚୁରା ଦର ମଧ୍ୟରେ ପାର୍ଥକ୍ୟ ରହୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Petrol-1-1.jpg)