ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ତୈଳ ଦରକୁ ନେଇ ବିଭିନ୍ନ ମହଲରେ ପ୍ରତିବାଦ ଉପୁଜୁଥିବା ବେଳେ ତୈଳ ଦର କିନ୍ତୁ କମିବାର ନାଁ ଧରୁନାହିଁ। ପୁଣିଥରେ ପେଟ୍ରୋଲ୍ ଦର ୨୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ଦର ୩୦ ପଇସା ବଢ଼ିଥିବା ସୂଚନା ରହିଛି। ମାତ୍ର ମୁମ୍ବାଇରେ ଡିଜେଲ୍ ମାତ୍ର ୭ ପଇସା ବଢ଼ିଥିବା ସୂଚନା ରହିଛି।
ଭିନ୍ନ ଭିନ୍ନ ରାଜ୍ୟ ପାଇଁ ପେଟ୍ରୋଲ୍ ଓ ଡିଜେଲ୍ ଦର ଭିନ୍ନ ରହିଛି। ଦିଲ୍ଲୀରେ ପେଟ୍ରୋଲ୍ ଦର ୮୧.୬୮ ରହିଥିବା ବେଳେ ଜିଡେଲ୍ ଦର ରହିଛି ୭୩.୨୪ ଟଙ୍କା। ସେହିପରି କୋଲକାତାରେ ପେଟ୍ରାଲ୍ ଲିଟର୍ ପିଛା ୮୩.୫୨ ଟଙ୍କା ଏବଂ ଡିଜେଲ୍ ଦର ରହିଛି ୭୫.୦୯ ଟଙ୍କା। ମୁମ୍ବାଇରେ ପେଟ୍ରୋଲ୍ ଓ ଡିଜେଲ ଯଥାକ୍ରମେ ୮୭.୧୫ ଏବଂ ୭୬.୭୫, ଚେନ୍ନାଇରେ ୮୪.୮୯ ଓ ୭୭.୪୨, ହାଇଦ୍ରାବାଦ୍ରେ ୮୬.୫୯, ୭୯.୬୭ ରହିଛି। ସେପରି ଭାବେ ବେଙ୍ଗାଲୁରୁରେ ପେଟ୍ରୋଲ୍ ଦର ୮୨.୩୨ ଥିବା ବେଳେ ଡିଜେଲ୍ ରହିଛି ୭୩.୬୧। ଅହମ୍ମଦାବାଦ୍ ଓ ଲକ୍ଷ୍ନୌରେ ଦର ଅପେକ୍ଷାକୃତ୍ କମ୍ ରହିଛି। ଅହମ୍ମଦାବାଦ୍ରେ ପେଟ୍ରୋଲ୍ ଦର ୭୮.୬୭ ରହିଥିବା ବେଳେ ଡିଜେଲ୍ ରହିଛି ୭୬.୪୫ ଓ ଲକ୍ଷ୍ନୌରେ ପେଟ୍ରୋଲ୍ ସ ଡିଜେଲ୍ ଯଥାକ୍ରମେ ରହିଛି ୭୯.୧୨ ଓ ୭୧.୨୮ଟଙ୍କା।