ପୁଣି ତେଲଦର ବୃଦ୍ଧି : ପେଟ୍ରୋଲ ୮ ପଇସା ଓ ଡିଜେଲ ୧୯ ପଇସା ବଢିଲା

ନୂଆଦିଲ୍ଲୀ : ଶୁକ୍ରବାରଦିନ ପୁଣି ତେଲଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଲିଟର ପିଛା ୮ ପଇସା ଓ ଡିଜେଲ ଲିଟର ପିଛା ୧୯-୨୦ ପଇସା ବୃଦ୍ଧି ପାଇଛି । ଆଜିର ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୦.୫୫ ଓ ଡିଜେଲ ଦର ଲିଟର ପିଛା ଟ.୬୪.୯୭ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୬୯.୫୫ ଓ ଡିଜେଲ ଟ. ୬୯.୬୫ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୭୩.୫୮ ଓ ଡିଜେଲ ଟ.୭୩.୬୮ରେ ବିକ୍ରି ହେଉଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ତେଲଦର ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି । ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୧.୮୧ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୬.୫୧ ଡଲାରକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର