କ୍ରମାଗତ ୩ୟ ଦିନ ପାଇଁ ତେଲଦର ବୃଦ୍ଧି, ପେଟ୍ରୋଲ ୨୫ ପଇସା, ଡିଜେଲ ୩୦ ପଇସା ବୃଦ୍ଧି

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଶେଷ ହେବା ପରେ ତେଲ କମ୍ପାନିମାନେ ପୁଣି ପେଟ୍ରୋଲ, ଡିଜେଲ ଦର ବଢାଇବାରେ ଲାଗିଛନ୍ତି । ଗତ ୩ ଦିନ ହେଲା ଲଗାତାର ତେଲ ଦର ବଢିଚାଲିଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ଯ଼ଥାକ୍ରମେ ୨୫ ପଇସା ଓ ୩୦ ପଇସା ବୃଦ୍ଧି ପାଇଛି । ଗତ କିଛି ବର୍ଷ ମଧ୍ୟରେ ଏହା ହେଉଛି ପେଟ୍ରୋଲ ଓ ଡିଜେଲର ସର୍ବାଧିକ ଦୈନିକ ବୃଦ୍ଧି ।

ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ.୯୦.୯୯ ଓ ଡିଜେଲ ଲିଟର ପିଛା ଟ.୮୧.୪୨ରେ ବିକ୍ରି ହେଉଛି । ସେହିପରି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୧.୬୮ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ଟ.୮୮.୬୯ରେ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୬.୭୪ ଓ ଡିଜେଲ ଟ.୯୩.୬୦ରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୯୨.୨୭ ଓ ଡିଜେଲ ଟ. ୮୯.୨୯ ରେ ବିକ୍ରି ହେଉଛି ।

ଗତ ତିନି ଦିନରେ ପେଟ୍ରୋଲ ମୋଟ ୫୯ ପଇସା ଓ ଡିଜେଲ ୬୯ ପଇସା ବୃଦ୍ଧି ପାଇଛି । ଆଗକୁ ବି ଏପରି ବୃଦ୍ଧି ଜାରି ରହିବା ଆଶଙ୍କା କରାଯ଼ାଉଛି ।

ସମ୍ବନ୍ଧିତ ଖବର