ଆମେରିକା, ପାକିସ୍ତାନ, ଚୀନ୍‌ଠୁ ଭାରତରେ ପେଟ୍ରୋଲ୍ ମହଙ୍ଗା

ନୂଆଦିଲ୍ଲୀ: ଭାରତରେ ବିକ୍ରି ହେଉଥିବା ପେଟ୍ରୋଲ୍‌ ଆମେରିକା, ଚୀନ୍, ବ୍ରାଜିଲ, ଜାପାନ, ରୁଷ, ଶ୍ରୀଲଙ୍କା ଓ ପାକିସ୍ତାନ ତୁଳନାରେ ମହଙ୍ଗା, କିନ୍ତୁ ହଂକଂ, ଜର୍ମାନି ଓ ବ୍ରିଟେନ୍ ତୁଳନାରେ ଶସ୍ତା। ବ୍ୟାଙ୍କ ଅଫ୍‌ ବରୋଦାର ରିସର୍ଚ୍ଚ ଟିମ୍‌ ଏନେଇ ଏକ ରିପୋର୍ଟ ଜାରି କରିଛି। ୧୦୬ଟି ଦେଶର ପେଟ୍ରୋଲ୍ ତଥ୍ୟକୁ ଏଥିପାଇଁ ବିଚାରକୁ ନିଆଯାଇଛି। ଡଲାର ଅନୁସାରେ ଭାରତରେ ପେଟ୍ରୋଲ୍‌ ଦାମ୍ ଲିଟର ପିଛା ୧.୩୫ ଡଲାର ରହିଛି।

ଏହି ତାଲିକାରେ ଭାରତ ୪୨ତମ ସ୍ଥାନରେ ଅଛି। ଭାରତ ତୁଳନାରେ ୫୦ରୁ ଅଧିକ ଦେଶରେ ପେଟ୍ରୋଲ୍ ଅଧିକ ଦାମ୍‌ରେ ବିକ୍ରି ହେଉଛି। ଭାରତର ପେଟ୍ରୋଲ୍‌ ଦାମ୍ ‌ଅଷ୍ଟ୍ରେଲିଆ, ତୁର୍କୀ ଓ ଦକ୍ଷିଣ କୋରିଆ ସହ ପ୍ରାୟ ସମାନ ରହିଛି। ହଂକଂ, ‌ଫିନଲ୍ୟାଣ୍ଡ୍‌, ଜର୍ମାନି, ଇଟାଲି, ନେଦରଲ୍ୟାଣ୍ଡ୍‌, ଗ୍ରିସ୍, ଫ୍ରାନ୍ସ, ପର୍ତୁଗାଲ ଓ ନରୱେରେ ଲିଟର ପିଛା ଦୁଇ ଡଲାରରୁ ଅଧିକ ଦାମ୍‌ରେ ପେଟ୍ରୋଲ୍ ବିକ୍ରି ହେଉଛି। ‌ଭିଏତନାମ୍, କେନିଆ, ୟୁକ୍ରେନ, ବାଲାଂଦେଶ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଓ ଭେନେଜୁଏଲା ତୁଳନାରେ ଭାରତରେ ପେଟ୍ରୋଲ୍ ଦାମ୍‌ ଅଧିକ ରହିଛି।

ସମ୍ବନ୍ଧିତ ଖବର