ଚଳିତ ସପ୍ତାହ ଶେଷ ବେଳକୁ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୦କୁ ଖସିଆସିବ !

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ଯୋଗୁଁ ଭାରତରେ ଲଗାତାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଚାଲିଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ୪-ରୁ ୪୫ ପଇସା ପର୍ଯ୍ୟନ୍ତ ହ୍ରାସ ପାଇଛି । ଏହା ହ୍ରାସ ଫଳରେ ଗତ ମାର୍ଚ୍ଚ ପରଠାରୁ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ତଳକୁ ଖସିଆସିଛି । ଆଜି ମୁମ୍ବାଇରେ ପେଟ୍ରୋଲ ୭୯ ଟଙ୍କା ୬୨ ପଇସାରେ ବିକ୍ରି ହେଉଛି ।

ତେବେ ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୨.୯୯ ଓ ଡିଜେଲ ୭୩.୯୧ ରେ ବିକ୍ରି ହେଉଛି । ଏହି ହାରରେ ଦର ହ୍ରାସ ପାଇଚାଲିଲେ ଆସନ୍ତା ଭୁବନେଶ୍ୱରରେ ଆସନ୍ତା ଦୁଇ ତିନି ଦିନରେ ପେଟ୍ରୋଲ ଦର ୭୦ ଟଙ୍କାକୁ ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ଅନ୍ୟପକ୍ଷରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୪.୦୭ ଓ ଡିଜେଲ ଦର ଲିଟର ପିଛା ଟ.୬୮.୮୯ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ବ୍ରେଣ୍ଟ୍‌ କ୍ରୁଡ ମୂଲ୍ୟ ୫୯.୦୪ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର