ଏଠାରେ ୭ ପଇସାରେ ମିଳୁଛି ୧ ଲିଟର ପେଟ୍ରୋଲ, ଲୋକ ଉଠାଉଛନ୍ତି ଭରପୂର ଲାଭ !

ଦେଶରେ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ସାଧାରଣ ଲୋକ ଚିନ୍ତାରେ ଥିବାବେଳେ କିଛି ଲୋକ ଗାଡ଼ିରେ ପେଟ୍ରୋଲ ପକାଇବା ମଧ୍ୟ ବନ୍ଦ କରିସାରିଲେଣି | ଦେଶରେ ପେଟ୍ରୋଲ ଦର ୭୦ ଟଙ୍କା ଉପରେ ରହୁଥିବା ବେଳେ ଦର ବୃଦ୍ଧି ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରାୟ ସମୟ ଅଶାନ୍ତି ପରିଲକ୍ଷିତ ହେଉଛି | ଆଜି ଆମେ ଆପଣଙ୍କୁ ଏମିତି କିଛି ଦେଶ ବାବଦରେ କହିବୁ ଯେଉଁଠାରେ ପେଟ୍ରୋଲ ଦର ଲିଟର ପିଛା ୧୦ ଟଙ୍କାରୁ କମ ମୂଲ୍ୟରେ ମଧ୍ୟ ମିଳିଥାଏ |
ଭେନେଜୁଆଲା
ଭେନେଜୁଆଲା  ଦକ୍ଷିଣ ଆମେରିକୀୟ ମହାଦ୍ଵୀପରେ  ଥିବାବେଳେ ଏହାର ରାଜଧାନୀ ହେଉଛି କାରକାସ | ଏହି ଦେଶରେ ବିଶ୍ୱର ସବୁଠାରୁ କମ ମୂଲ୍ୟରେ ପେଟ୍ରୋଲ ମିଳିଥାଏ | ଏଠାରେ ପେଟ୍ରୋଲ ଲିଟର ପିଛା ମାତ୍ର ୭ ପଇସାରେ ମିଳିଥାଏ |
ଇରାନ
ବିଶ୍ବର ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଇରାନ ଏସିଆ ମହାଦେଶର ଦକ୍ଷିଣ ପଶ୍ଚିମରେ ରହିଛି | ଏଠାରେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ୫୫ ପଇସାରେ ମିଳିଥାଏ | ଏଠାରେ ସୂଚନା ଥାଉ କି ଇରାନ ଭାରତ ସମେତ ଅନ୍ୟ ଦେଶମାନଙ୍କୁ ଅଶୋଧିତ ତୈଳ ରପ୍ତାନୀ କରିଥାଏ |

zeenews

ସୁଦାନ
ଭେନେଜୁଆଲା ଓ ଇରାନ ପରେ ବିଶ୍ୱର ସବୁଠାରୁ ଶସ୍ତାରେ ପେଟ୍ରୋଲ ସୁଦାନରେ ମିଳିଥାଏ | ସୁଦାନ ଉତ୍ତର ପୂର୍ବ ଆଫ୍ରିକାରେ ଅବସ୍ଥିତ ହୋଇଥିବା ବେଳେ ଏଠାରେ ଲୋକ ଏକ ଲିଟର ପେଟ୍ରୋଲ ପାଇଁ ମାତ୍ର ୧୨ ଟଙ୍କା ୧୧ ପଇସା ଦେଇଥାନ୍ତି |
ଅଲଜେରିଆ
ଦୁନିଆର ସବୁଠାରୁ ଶସ୍ତା ପେଟ୍ରୋଲ ଉପଲବ୍ଧ ହେଉଥିବା ଦେଶ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ଅଲଜେରିଆ | ଏଠାରେ ମଧ୍ୟ ସୁଦାନ ଭଳି ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ୧୧ ପଇସା ମୂଲ୍ୟରେ ମିଳିଥାଏ |

ସମ୍ବନ୍ଧିତ ଖବର