କାହା ସମୟରେ କେତେ, ପେଟ୍ରୋଲ୍‌ ଦରରେ ଲୁଚିରହିଛି ନିର୍ବାଚନ ଫଳାଫଳ ରହସ୍ୟ

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ପାଖରେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାର ଶକ୍ତି ରହିଛି। ଅତୀତରେ ଏହା ଅନେକ ଥର ପ୍ରମାଣିତ ହୋଇସାରିଛି। ଆଗାମୀ ଦିନରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ମଧ୍ୟ ତେଲ ଦର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଅନୁମାନ କରାଯାଉଛି।

ଉପା-୨ ସରକାର ଅମଳର ଶେଷ ଦୁଇ ବର୍ଷରେ ପେଟ୍ରୋଲ୍ ଦର ବହୁତ ବଢ଼ିଯାଇଥିଲା। ୨୦୧୪ ନିର୍ବାଚନରେ ଉପା ସରକାରର ପତନ ହୋଇଥିଲା। ଏନ୍‌ଡିଏ ସରକାରଙ୍କ ଅମଳରେ ତେଲକୁ ନେଇ ସମାନ ସ୍ଥିତି ସୃଷ୍ଟି ହୋଇଛି। ଏନ୍‌ଡିଏ-୨ ଅମଳର ଶେଷ ଦୁଇ ବର୍ଷରେ ପେଟ୍ରୋଲ୍ ଦର ବହୁତ ବଢ଼ିଛି। ଉପା ସରକାରଙ୍କ ଅମଳରେ ୨୦୧୩ ଏବଂ ୨୦୧୪ରେ ପେଟ୍ରୋଲ୍ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଥିଲା। ସେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୦୫-୧୦୮ ଡଲାର ଭିତରେ ରହୁଥିଲା। ସେହି ସମୟରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ଉପରେ ଉତ୍ପାଦନ ଶୁଳ୍କର ମାତ୍ରା ଯଥାକ୍ରମେ ୧୦ ଟଙ୍କା ଏବଂ ୧୧ ଟଙ୍କା ଥିଲା। ଉପା ସରକାର ସବ୍‌ସିଡି ଏବଂ କମ ଟିକସ ଜରିଆରେ ତେଲ ଦରକୁ ‌ଯଥା ସମ୍ଭବ ନିୟନ୍ତ୍ରଣ ହାସଲ କରିବାକୁ ଉଦ୍ୟମ କରିଥିଲେ।

ଏନ୍‌ଡିଏ-୨ର ଶେଷ ଦୁଇ ବର୍ଷ ଅର୍ଥାତ ୨୦୧୭ ଏବଂ ୨୦୧୮ରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ଦର ୫୬-୮୦ ଡଲାର ମଧ୍ୟରେ ରହିଥିଲା ଯାହା ଉପା ଅମଳର ୧୦୮ ଡଲାର ତୁଳନାରେ ବହୁତ କମ୍। ଏନଡିଏ ସରକାର ତେଲ ଉପରେ ଉତ୍ପାଦନ ଶୁଳ୍କ ୯ ଥର ବଢ଼ାଇଛନ୍ତି। ଏହା ବ୍ୟତୀତ ତେଲ ସବ୍‌ସିଡି ବାବଦରେ ବହୁତ କମ୍ ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର