ନୂଆଦିଲ୍ଲୀ: ଗତବର୍ଷ ଏପ୍ରିଲ୍ରୁ ଚଳିତ ବର୍ଷ ମାର୍ଚ୍ଚ ମଧ୍ୟରେ ପେଟ୍ରୋଲ୍ ଦାମ୍ ୭୮ ଥର ଓ ଡିଜେଲ୍ ଦାମ୍ ୭୬ ଥର ବଢ଼ିଛି। ଆମ ଆଦ୍ମି ପାର୍ଟିର ସାଂସଦ ରାଘବ ଚଢ଼ାଙ୍କ ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ୍ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହି ତଥ୍ୟ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି। ସେହି ଉତ୍ତରକୁ ଟ୍ବିଟର୍ରେ ଜାରି କରି ଚଢ଼ା ଜଣାଇଛନ୍ତି ସାଧାରଣ ଲୋକଙ୍କୁ କିଭଳି ଲୁଟ୍ କରାଯାଉଛି ତାହାର ଏହା ସରକାରଙ୍କ ସ୍ପଷ୍ଟ ସ୍ବୀକାରୋକ୍ତି। ଗତ ସପ୍ତାହରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ମୁଦ୍ରାସ୍ଫୀତି ଓ ଦରଦାମ୍ ସ୍ଥିତି ଉପରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରୁଛନ୍ତି।
ବର୍ଷକରେ ପେଟ୍ରୋଲ୍ ଦାମ୍ ୭୮, ଡିଜେଲ୍ ୭୬ ଥର ବଢ଼ିଛି
/sambad/media/post_attachments/wp-content/uploads/2022/02/petrol2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)