ଦେଢ଼ ଟଙ୍କା ମହଙ୍ଗା ହୋଇଗଲାଣି ତେଲ

ରବିବାର ବଢ଼ିଲା ପେଟ୍ରୋଲ ୪୮ ପଇସା, ଡିଜେଲ ୬୩ ପଇସା

ଭୁବନେଶ୍ବର: ଗତ ୧୦ ତାରିଖରୁ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବାରେ ଲାଗିଛି। ସୂଚନା ଅନୁଯାୟୀ ଭୁବନେଶ୍ବରରେ ଗତ ୬ ତାରିଖରେ ପେଟ୍ରୋଲ ଦର ୬୭ ଟଙ୍କା ୩୨ ପଇସା ଏବଂ ଡିଜେଲ ଦର ୬୬ ଟଙ୍କା ୬୨ ପଇସା ଥିଲା। କିନ୍ତୁ ଏହା ପରଠାରୁ ଡିଜେଲ ଦର ରବିବାର ସୁଦ୍ଧା ୧ ଟଙ୍କା ୬୫ ପଇସା ବୃଦ୍ଧି ଘଟି ୬୮ ଟଙ୍କା ୨୭ ପଇସାରେ ପହଞ୍ଚି ଯାଇଛି। ସେହିଭଳି ପେଟ୍ରୋଲ ଦର ଏହି ସମୟ ମଧ୍ୟରେ ୧ ଟଙ୍କା ୪୪ ପଇସା ବୃଦ୍ଧି ପାଇ ରବିବାର ୬୮ ଟଙ୍କା ୭୬ ପଇସାରେ ପହଞ୍ଚି ଯାଇଛି। ଶନିବାର ତୁଳନାରେ ରବିବାର ପେଟ୍ରୋଲ ଦର ଲିଟର ପିଛା ୪୮ ପଇସା ଓ ଡିଜେଲ ଦର ୬୩ ପଇସା ବୃଦ୍ଧି ପାଇଛି। ନିକଟ ଅତୀତରେ କୌଣସି ଗୋଟିଏ ଦିନରେ ପେଟ୍ରୋଲ ଓ ଡିଜେଲ ଦରରେ ଏତେ ବଡ଼ ବୃଦ୍ଧି ଦେଖାଦେଇ ନଥିଲା।

ସମ୍ବନ୍ଧିତ ଖବର