ନୂଆଦିଲ୍ଲୀ : ଦୁଇଦିନ ଧରି ଅପରିବର୍ତ୍ତିତ ରହିବା ପରେ ଶୁକ୍ରବାର ପୁଣି ତେଲଦର ବୃଦ୍ଧି ପାଇଛି ।  ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ପଇସା ଲେଖାଏଁ ବୃଦ୍ଧି  ପାଇଛି । ଏହା ଫଳରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ଟପିଯାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାରୁ ଏହି ଦରବୃଦ୍ଧି ହୋଇଛି ବୋଲି କୁହାଯାଉଛି ।

Advertisment

ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୮୫.୪୫ ଓ ଡିଜେଲ ଲିଟର ପିଛା ଟ.୭୫.୬୩ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୬.୧୨ ଓ ଡିଜେଲ ଟ. ୮୨.୪୧ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୧.୧୬ ଓ ଡିଜେଲ ଟ.୮୭.୨୯ରେ ବିକ୍ରି ହେଉଛି ।  ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୬.୭୨ ଓ ଡିଜେଲ ଟ. ୮୩.୦୦, ବାଲେଶ୍ବରରେ ପେଟ୍ରୋଲ ଟ.୮୬.୧୨ ଓ ଡିଜେଲ ଟ.୮୨.୪୨ରେ ବିକ୍ରି ହେଉଛି ।

ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତେଲ ମୂଲ୍ୟ ଗତ କିଛି ଦିନ ହେଲା ବଢିଚାଲିଛି । ଏହା ଫଳରେ ଭାରତରେ ତେଲଦର ବଢୁଛି । ଇଣ୍ଡିଆନ ବାସ୍କେଟ ମୂଲ୍ୟ ୧.୬୬ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା  ୫୬.୧୯ ଡଲାରକୁ ବୃଦ୍ଧି ପାଇଛି । ଠିକ ମାସକ ତଳେ ଇଣ୍ଡିଆନ ବାସ୍କେଟ ମୂଲ୍ୟ ବ୍ୟାରେଲ ପିଛା