୭୨ ତଳକୁ ଖସିଲା ପେଟ୍ରୋଲ

ଭୁବନେଶ୍ବର: ଭୁବନେଶ୍ବରରେ ଲଗାତାର ଭାବେ ଗତ କିଛିଦିନ ହେଲା ପେଟ୍ରୋଲ ଦର ହ୍ରାସ ପାଉଛି। ଗତ ୨୪ ତାରିଖରେ ପେଟ୍ରୋଲ ଦର ବୃଦ୍ଧି ପାଇ ୭୨ ଟଙ୍କା ୪୦ ପଇସାରେ ପହଞ୍ଚିଥିଲା। ଏହାପରଠାରୁ ଏହାର ଦର କମିବାରେ ଲାଗିଛି। ରବିବାର ପେଟ୍ରୋଲ ଦର ୭୨ ଟଙ୍କା ୧୩ ପଇସା ରହିଥିବାବେଳେ ସୋମବାର ଏଥିରେ ୧୫ ପଇସା ହ୍ରାସ ଘଟିଛି। ଫଳରେ ପେଟ୍ରୋଲ ଦର ୭୧ ଟଙ୍କା ୯୮ ପଇସା ରହିଛି। ଗତ ୬ ଦିନ ଭିତରେ ପେଟ୍ରୋଲ ଦର ୪୨ ପଇସା କମିଛି। ଅନ୍ୟପକ୍ଷରେ ଡିଜେଲ ଦର କିଛିଦିନ ପୂର୍ବେ ୭୧ ଟଙ୍କା ଅତିକ୍ରମ କରିଥିଲା। କିନ୍ତୁ ଗତ ୨୫ ତାରିଖରେ ଏହା ୭୧ ଟଙ୍କା ତଳକୁ ଖସି ୭୦ ଟଙ୍କା ୯୭ ପଇସା ରହିଥିଲା। ଏହାପରଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଡିଜେଲ ଦର ଏହି ସ୍ତରରେ ସ୍ଥିର ରହିଥିଲା। ସୋମବାର ଡିଜେଲ ଦର ୧୨ ପଇସା ହ୍ରାସ ପାଇ ୭୦ ଟଙ୍କା ୮୫ ପଇସାରେ ରହିଛି।

ସମ୍ବନ୍ଧିତ ଖବର