ଭୁବନେଶ୍ବର: ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଗତକାଲି ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ଅଢ଼େଇ ଟଙ୍କା ହ୍ରାସ ଘୋଷଣା କରିଲେ। ଏହି ହ୍ରାସ ଗୁରୁବାର ମଧ୍ୟରାତ୍ରରୁ କାର୍ଯ୍ୟକାରୀ ହେବ ବୋଲି ମଧ୍ୟ କହିଲେ। ଏହି ଅଢ଼େଇ ଟଙ୍କା ମଧ୍ୟରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦନ ଶୁଳ୍ପ ଦେଢ଼ ଟଙ୍କା କମାଇବେ ଏବଂ ତେଲ କମ୍ପାନି ଗୁଡ଼ିକ ଟଙ୍କାଟାଏ କମାଇବେ ବୋଲି ସୂଚନା ଦେଲେ। କିନ୍ତୁ ଅର୍ଥମନ୍ତ୍ରୀଙ୍କ ଘୋଷଣାର ପ୍ରତିଫଳନ ଆଜିର ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଗ୍ରାହକମାନେ ଦେଖିବାକୁ ପାଇଲେ ନାହିଁ। ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ତେଲ ଦର ହ୍ରାସ ଘଟିଥିଲେ ଓଡ଼ିଶାରେ ଏହି ଦର ହ୍ରାସ ଲିଟର ପିଛା ୩ ଟଙ୍କା ୧୫ ପଇସା ହେବା କଥା। କାରଣ ରାଜ୍ୟ ସରକାର ଏବେ ପେଟ୍ରୋଲ ଏବଂ ଡିଜେଲ ଉପରୁ ୨୬ ପ୍ରତିଶତ ଭାଟ୍ ଆଦାୟ କରୁଛନ୍ତି। ଅଢ଼େଇ ଟଙ୍କା ଉପରେ ୨୬ ପ୍ରତିଶତ ଭାଟ୍ ହେଉଛି ୬୫ ପଇସା। ତେଣୁ ଅଢ଼େଇ ଟଙ୍କାରେ ୬୫ ପଇସା ମିଶିଲେ ରାଜ୍ୟରେ ୩ ଟଙ୍କା ୧୫ ପଇସା ପେଟ୍ରୋଲ ଓ ଡିଜେଲ ଦର କମିଥାନ୍ତା। କିନ୍ତୁ ଏହା ହୋଇନାହିଁ। ଭୁବନେଶ୍ବରରେ ଗତ ୪ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୮୨ ଟଙ୍କା ୮୧ ପଇସା ଥିବାବେଳେ ୫ ତାରିଖରେ ଏହା ୮୦ ଟଙ୍କା ୩୩ ପଇସାକୁ ଖସିଛି। ଅର୍ଥାତ ପେଟ୍ରୋଲ ଦର ୨ ଟଙ୍କା ୪୮ ପଇସା କମିଛି। ଅନ୍ୟପକ୍ଷରେ ଡିଜେଲ ଦର ୪ ତାରିଖରେ ୮୦ ଟଙ୍କା ୯୭ ଥିବା ବେଳେ ୫ ତାରିଖରେ ଏହା ୭୮ ଟଙ୍କା ୨୮ ପଇସା ହୋଇଛି। ଅର୍ଥାତ୍ ଡିଜେଲ ଦର ୨ ଟଙ୍କା ୬୯ ପଇସା କମିଛି।
ରାଜ୍ୟରେ କମ୍ କମିଲା, ପେଟ୍ରୋଲ ୨ ଟଙ୍କା ୪୮, ଡିଜେଲ ୨ ଟଙ୍କା ୬୯ କମିଲା
/sambad/media/post_attachments/wp-content/uploads/2018/10/nozzle.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)