ଭୁବନେଶ୍ବର: ରାଜଧାନୀରେ ପେଟ୍ରୋଲ୍ ଓ ଡିଜେଲ ଦର ୭୦ ଟଙ୍କା ତଳକୁ ହ୍ରାସ ପାଇଛି। ଆସନ୍ତାକାଲି (ଶନିବାର) ପାଇଁ ପେଟ୍ରୋଲ୍ ମୂଲ୍ୟ ୬୯ ଟଙ୍କା ୬୫ ପଇସା ହୋଇଛି। ସେହିପରି ଡିଜେଲ୍ ଦର ୬୯ ଟଙ୍କା ୯୬ ପଇସା ହୋଇଛି। ପେଟ୍ରୋଲ୍ ଓ ଡିଜେଲ ଦର ମଧ୍ୟରେ ରହୁଥିବା ଅନ୍ତର ବହୁତ ଖସି ଯାଇଛି। ଚଳିତ ମାସ ୬ ତାରିଖରେ ଉଭୟ ପେଟ୍ରୋଲ୍ ଓ ଡିଜେଲ ମୂଲ୍ୟ ୭୦ ଟଙ୍କାରୁ ଅଧିକ ରହିିଥିଲା। ୭ ତାରିଖରେ ପେଟ୍ରୋଲ୍ ମୂଲ୍ୟ ୭୦ ଟଙ୍କା ତଳକୁ ହ୍ରାସ ପାଇ ୬୯ ଟଙ୍କା ୮୭ ପଇସା ହୋଇଯାଇଥିଲା। କିନ୍ତୁ ଡିଜେଲ୍ ଦର ୭୦ ଟଙ୍କା ୨୩ ପଇସା ସ୍ତରେର ଥିଲା। ଶନିବାର ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ୭୦ ଟଙ୍କା ତଳକୁ ଖସିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇବା ଓ ଡଲାର ତୁଳନାରେ ଟଙ୍କା ଶକ୍ତିଶାଳୀ ହୋଇଥିବାରୁ ପେଟ୍ରୋଲ୍ ଓ ଡିଜେଲ୍ ଦର କମୁଛି। ଏବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୬୦ ଡଲାରରୁ କମ୍ ରହିଛି। ସେହି ସମୟରେ ଏକ ଡଲାର ମୂଲ୍ୟ ୭୦ ଟଙ୍କା ୫୬ ପଇସା ରହିଛି।
ଉଲ୍ଲେଖଯୋଗ୍ୟ, ଆଜି ତେଲ ଉତ୍ପାଦନକାରୀ ଦେଶମାନଙ୍କ ସଂଘ ଓପେକ୍ର ବୈଠକ ଶେଷ ହୋଇଛି। ଇରାନକୁ ବାଦ ଦେଲେ ଏହାର ଅନ୍ୟ ସବୁ ସଦସ୍ୟ ଦେଶ ତେଲ ଉତ୍ପାଦନ କମାଇବାକୁ ରାଜି ହୋଇଛନ୍ତିି। ଏହାର ପ୍ରଭାବେର ତେଲ ଦର ବଢ଼ିପାରେ।
ପେଟ୍ରୋଲ୍, ଡିଜେଲ୍ ୭୦ ତଳକୁ ଖସିଲା
/sambad/media/post_attachments/wp-content/uploads/2018/12/petrol.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)