ତେଲଦର ବୃଦ୍ଧିରୁ ନିସ୍ତାର ନାହିଁ, ପେଟ୍ରୋଲ ୮୦ ଟପିଲା

ଭୁବନେଶ୍ୱର: ଆଜି ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ଟପିଯାଇଛି । ରାଷ୍ଟ୍ରାୟତ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୩୯ ଟଙ୍କା ବୃଦ୍ଧି କରିବା କାରଣରୁ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୮୦.୩୮ରେ ପହଞ୍ଚିଛି । କେବଳ ରାଜଧାନୀ ଦିଲ୍ଲୀରେ ନୁହେଁ, ଆମ ରାଜ୍ୟରେ ମଧ୍ୟ ପେଟ୍ରୋଲ ଦର ୮୦ ଟପିଛି । ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ସର୍ବାଧିକ ୮୩ ଟଙ୍କା ଛୁଇଁଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୩୮ ପଇସା ବୃଦ୍ଧି ପାଇ ଟ.୮୭.୭୭ ରେ ପହଞ୍ଚିଛି । କେବଳ ପେଟ୍ରୋଲ ନୁହେଁ, ଡିଜେଲ ଦର ମଧ୍ୟ ବଢିଚାଲିଛି । ଆଜି ଡିଜେଲ ଲିଟର ପିଛା ପ୍ରାୟ ୪୪ ପଇସା ବୃଦ୍ଧି ପାଇଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ଟ.୭୨.୫୧ରେ ପହଞ୍ଚିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଟ.୭୭.୮୦ରେ ପହଞ୍ଚିଛି । ଅଳ୍ପ କେତୋଟି ଦିନକୁ ଛାଡି ଦେଲେ, ଗତ ଅଗଷ୍ଟ ୧୬ ତାରିଖ ପରଠାରୁ କ୍ରମାଗତ ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଫଳରେ ଦେଶରେ ତେଲ ମହଙ୍ଗା ହୋଇଚାଲିଛି ।

ସମ୍ବନ୍ଧିତ ଖବର