ପେଟ୍ରେଲ, ଡିଜେଲ ୪୦ ପଇସା ଲେଖାଏଁ କମିଲା ; ମଙ୍ଗଳବାର ସକାଳୁ ଲାଗୁ ହେବ

ନୂଆଦିଲ୍ଲୀ : ସାଧାରଣ ଲୋକମାନଙ୍କ ପାଇଁ ଏକ ଭଲ ଖବର । ତେଲ କମ୍ପାନିମାନେ  ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୪୦ ପଇସା ହ୍ରାସ କରିଛନ୍ତି । ଏହି ନୂଆ ଦର ମଙ୍ଗଳବାର ସକାଳ ୬ ଟାରୁ ଲାଗୁହେବ ।

ନୂଆଦିଲ୍ଲୀରେ ସୋମବାର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଥିବାବେଳେ ମୁମ୍ବାଇରେ ଏହା ୧୦୬.୩୧ ଟଙ୍କା ଥିଲା । କୋଲକାତାବାସୀ ପେଟ୍ରୋଲ ପାଇଁ ୧୦୬.୦୩ ଟଙ୍କା ଦେଇଥିବାବେଳେ ଚେନ୍ନାଇରେ ୧୦୨.୬୩ ଟଙ୍କା ଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦୈନିକ ୪୦ ପଇସା ଲେଖାଏଁ ମୋଟ ୨ ଟଙ୍କା ଲେଖାଏଁ ପେଟ୍ରୋଲ ଓ ଡିଜେଲ ଦର କମିବ ।

ସୂଚନାଯୋଗ୍ୟ ଯେ ୩ଟି ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଓ ଇଣ୍ଡିଆ ଅଏଲ ପକ୍ଷରୁ ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲ ନୂଆ ଦର ପ୍ରକାଶ କରିଥାନ୍ତି ।

ଗତ ବର୍ଷ ଦୀପାବଳିର ଦିନକ ପୂର୍ବରୁ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମାଇଥିଲେ । ଏ ବର୍ଷ ଦୀପାବଳି ପରେ ଦର ହ୍ରାସ କରାଯାଇଛି ।

 

 

 

ସମ୍ବନ୍ଧିତ ଖବର