ଆଜିପୁଣି କମିଲା ତେଲଦର, ଖୁବଶୀଘ୍ର ଭୁବନେଶ୍ୱରରେ ଟ.୭୦ ତଳକୁ ଖସିବ ପେଟ୍ରୋଲ ଦର !

ନୂଆଦିଲ୍ଲୀ : ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୨୧ ପଇସା ଓ ଡିଜେଲ ଲିଟର ପିଛା ୨୭ ପଇସା ହ୍ରାସ ପାଇଛି । ଏହା ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଗତ ଫେବ୍ରୁଆରୀ ମାସପରଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୧.୭୨ ଓ ଡିଜେଲ ଦର ଲିଟର ପିଛା ଟ.୬୬.୩୯ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି ।

ଭୁବନେଶ୍ୱରରେ ପେଟ୍ରୋଲ ଟ.୭୦.୬୬ ଓ ଡିଜେଲ ଟ. ୭୧.୧୩ ରେ ବିକ୍ରି ହେଉଛି । ତେଲ ଦର ଏପରି କମିଚାଲିଲେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୦ ତଲକୁ ଟପିବାର ସମ୍ଭାବନା ରହିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୩.୨୦ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ୫୮.୫୬ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର