ଭୁବନେଶ୍ୱର :  ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ଦେଶବ୍ୟାପୀ ପେଟ୍ରୋଲ ଦର ଲିଟର ପିଛା ୧୯-୨୨ ପଇସା ଓ ଡିଜେଲ ୧୪-୧୫  ପଇସା କମିଛି । ଏହି ହ୍ରାସ ଫଳରେ  ଭୁବନେଶ୍ୱରରେ ପେଟ୍ରୋଲ ଦର ଟ.୬୮.୫୫ କୁ ଖସିଆସିଛି ଓ  ଡିଜେଲ ଦର ଟ.୬୮.୧୮ କୁ ହ୍ରାସ ପାଇଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଓଡ଼ିଶାର ମାଲକାନିଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ଟ.୭୨.୫୭ ଓ ଟ. ୭୨.୨୦ ପଇସା ରହିଛି ।

Advertisment

ଅନ୍ୟପକ୍ଷରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୯.୫୫ ଓ ଡିଜେଲ ଦର ଟ.୬୩.୬୨ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି । କିନ୍ତୁ ଅନ୍ତର୍ଜାତୀୟ ବଜାରରେ  ଅତି ଦ୍ରୁତ ଗତିରେ ତେଲ ଦର କମୁଥିବାବେଳେ ଭାରତୀୟ ବଜାରରେ  ତେଲ କମ୍ପାନିମାନେ ସେହି ଅନୁପାତରେ ଦର  କମାଉ ନାହାନ୍ତି । ଅନ୍ତର୍ଜାତୀୟ ବଜାରରେ  ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୩.୪୧ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୩.୧୪ ଡଲାରକୁ ହ୍ରାସ ପାଇଛି । ନିର୍ବାଚନ ବର୍ଷରେ ତେଲ ଦର କମୁଥିବାରୁ ସରକାରଙ୍କ ମୁଣ୍ଡବ୍ୟଥା ହ୍ରାସ ପାଇଛି ।