ନୂଆଦିଲ୍ଲୀ : ଦିଲ୍ଲୀ ସରକାର ପେଟ୍ରୋଲ୍ ଉପରୁ ମୂଲ୍ୟଯୁକ୍ତ ଟିକସ ବା ଭାଟ୍କୁ ୩୦%ରୁ ୧୯.୪୦%କୁ ହ୍ରାସ କରିଛନ୍ତି। ଏହାର ପ୍ରଭାବରେ ଦିଲ୍ଲୀରେ ପେଟ୍ରୋଲ୍ର ଲିଟର ପିଛା ମୂଲ୍ୟ ୮ ଟଙ୍କା ହ୍ରାସ ପାଇଛି। ସର୍ବଭାରତୀୟ ସ୍ତରରେ ଗତ ୨୭ ଦିନ ହେଲାଣି ତେଳ ଦର ଅପରିବର୍ତ୍ତିତ ରହିଛି। ନଭେମ୍ବର ୪ରେ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରୁ ୫ ଟଙ୍କା ଓ ଡିଜେଲ୍ରୁ ୧୦ ଟଙ୍କାର ଟିକସ ହ୍ରାସ କରିଥିଲେ। ଏହା ପରେ ଆଉ ଏହି ଦୁଇ ଇନ୍ଧନର ଦାମ୍ ବଢ଼ିନାହିଁ। ଏବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୭୧.୧୩ ଡଲାର ରହିଛି ଯାହା ଗତ ମାସର ୮୫ ଡଲାର ଦର ତୁଳନାରେ ପ୍ରାୟ ୧୫ ଡଲାର କମ୍।
ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୮ ଟଙ୍କା କମିଲା
/sambad/media/post_attachments/wp-content/uploads/2021/06/petrol.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)