୨୦୧୮ର ସର୍ବନିମ୍ନ ସ୍ତରରେ ପହଞ୍ଚିଲା ପେଟ୍ରୋଲ ଦର 

ଭୁବନେଶ୍ୱର :  ଆଜି ଦେଶବ୍ୟାପୀ ପେଟ୍ରୋଲ ଦର ଲିଟର ପିଛା ୨୨ ପଇସା ଓ ଡିଜେଲ ୨୩  ପଇସା କମିଛି । ଏହା ଫଳରେ ପେଟ୍ରୋଲ ଦର ସର୍ବଭାରତୀୟ ସ୍ତରରେ ଚଳିତ ୨୦୧୮ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ସେହିପରି ଡିଜେଲ ମଧ୍ୟ ୯ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଗତ ଅକ୍ଟୋବର ମାସଠାରୁ ଆଜି ସୁଦ୍ଧା ସାରା ଦେଶରେ ପେଟ୍ରୋଲ ଦର ପ୍ରାୟ ୧୩ .୭୯ ଟଙ୍କା ହ୍ରାସ ପାଇସାରିଲାଣି ।

ଏହି ହ୍ରାସ ଫଳରେ  ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୯.୦୪ ଓ ଡିଜେଲ ଦର ଟ.୬୩.୦୯ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଟ.୬୮. ୦୪ କୁ ଖସିଆସିଛି ଓ  ଡିଜେଲ ଦର ଟ.୬୭.୬୧କୁ ହ୍ରାସ ପାଇଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଓଡ଼ିଶାର ମାଲକାନିଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ଟ.୭୨.୦୭ ଓ ଟ.୭୧.୬୩ ରହିଛି ।

ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ସରକାରୀ ନିୟନ୍ତ୍ରଣମୁକ୍ତ ହୋଇଥିବାରୁ ତେଲ ଦର ଉପର ତଳ ହେଉଛି । ଗତ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅଶୋଧିତ ତେଲ ଦର ମହଙ୍ଗା ଥିବାରୁ ଦେଶରେ ପେଟ୍ରୋଲ, ଡିଜେଲ ଦର ବଢୁଥିଲା । କିନ୍ତୁ ଏବେ ଅନ୍ତର୍ଜାତୀୟ ବଜାରେ ତେଲଦର କମୁଥିବାରୁ ଦେଶରେ ଦର କମିଚାଲିଛି । ଅନ୍ତର୍ଜାତୀୟ ବଜାରରେ  ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୩.୨୧ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୨.୮୩ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର