ଭୁବନେଶ୍ୱରରେ ପେଟ୍ରୋଲ ଦର ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଲା, ଆଗକୁ ଆହୁରି କମିବା ସମ୍ଭାବନା 

ନୂଆଦିଲ୍ଲୀ : ଆଜି ପେଟ୍ରୋଲ ଲିଟର ପିଛା ମାତ୍ର ୭ ପଇସା କମିଛି ପେଟ୍ରୋଲ ଦର । କିନ୍ତୁ ଏହା ଫଳରେ  ଭୁବନେଶ୍ୱରରେ ପେଟ୍ରୋଲ ଟ.୬୮. ୭୮ ରେ ବିକ୍ରି ହେଉଛି । ଏହି ହ୍ରାସ ସହ ଭୁବନେଶ୍ୱରରେ ପେଟ୍ରୋଲ ଦର ୨୦୧୮ର ସର୍ବନିମ୍ନ ସ୍ତରରେ ପହଞ୍ଚିଯାଇଛି ।  ୨୦୧୮ ଆରମ୍ଭରେ ଅର୍ଥାତ ଜାନୁୟାରୀ ୧ରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଟ.୬୮.୮୫ ଥିଲା  । ଅର୍ଥାତ ଭୁବନେଶ୍ୱରରେ ବି ଆଜି ପେଟ୍ରୋଲ ଦର ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୭୦ ଟଙ୍କା ତଳକୁ ଖସିଯିବା ସହ ୨୦୧୮ର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।  ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୯.୭୯ରେ ପହଞ୍ଚିଛି  । ପୂର୍ବରୁ ଗତ ଜାନୁୟାରୀ ମାସରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୯.୯୭ ଥିଲା ।  ଅନ୍ୟପକ୍ଷରେ ଡିଜେଲ ଦର ଆଜି ଅପରିବର୍ତ୍ତିତ ରହିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ତର୍ଜାତୀୟ ବଜାରରେ  ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୪.୧୦ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୪.୨୪ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର