ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଆଦି ଇନ୍ଧନ ବିକ୍ରି କ୍ଷେତ୍ରକୁ ଅଧିକରୁ ଅଧିକ ଘରୋଇ କମ୍ପାନିକୁ ଆକର୍ଷିତ କରିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ପ୍ରତିଯୋଗିତା ବୃଦ୍ଧି ପାଇଁ ସରକାର ଏଭଳି ଯୋଜନା ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଇନ୍ଧନର ଖୁଚୁରା ବିକ୍ରି ଲାଇସେନ୍ସ ନିୟମକୁ କୋହଳ କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏହି କମିଟି ବିଭିନ୍ନ ଦିଗର ଅନୁଧ୍ୟାନ କରିବ। ଖ୍ୟାତନାମା ଅର୍ଥନୀତିଜ୍ଞ କିରୀଟ ପାରିଖ, ପୂର୍ବତନ ପେଟ୍ରୋଲିୟମ ସଚିବ ଜି ସି ଚତୁର୍ବେଦୀ, ଆଇଓସିଏଲର ପୂର୍ବତନ ଅଧ୍ୟକ୍ଷ ତଥା ଆଇଆଇଏମ୍ ଅହମ୍ମଦାବାଦର ନିର୍ଦ୍ଦେଶକ ଏମ୍ ଏ ପଠାନ୍ ପ୍ରମୁଖଙ୍କୁ ନେଇ ଏହି କମିଟି ଗଠିତ ହୋଇଛି। ବିଭିନ୍ନ ଅଂଶୀଦାରଙ୍କ ସହିତ ବିଚାରବିମର୍ଶ କରିବା ପରେ ୬୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଟିକୁ କୁହାଯାଇଛି। ଦେଶରେ ପ୍ରମୁଖ ପରିବହନ ଇନ୍ଧନରେ ଘରୋଇ କମ୍ପାନି କେତେମାତ୍ରାରେ ସାମିଲ ହୋଇଛନ୍ତି ଏବଂ ବର୍ତ୍ତମାନ ଏହାର ଢାଞ୍ଚା କ’ଣ ରହିଛି ତାହାର ସମୀକ୍ଷା ଏହି କମିଟି କରିବ। ଘରୋଇ କମ୍ପାନିଙ୍କ ପାଇଁ ପ୍ରବେଶ ପ୍ରତିବନ୍ଧକ ଯଦି କିଛି ରହିଥାଏ ତାହାର ଚିହ୍ନଟ ଏହି କମିଟି କରିବ।
ପେଟ୍ରୋଲ ପମ୍ପ ଖୋଲିବା ନିୟମ କୋହଳ ହେବ
/sambad/media/post_attachments/wp-content/uploads/2018/10/petrol-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)