ନୂଆଦିଲ୍ଲୀ : ପେଟ୍ରୋଲ ଡିଜେଲ ବିକ୍ରି କରୁଥିବା ଡିଲରମାନଙ୍କ ଏକ ଅନିୟମିତତାକୁ ଧରିଛନ୍ତି (କମ୍ପଟ୍ରୋଲ ଏଣ୍ଡ ଅଡିଟର ଜେନେରାଲ ଅଫ ଇଣ୍ଡିଆ) ସିଏଜି । ଏହି ଅନିୟମିତତା ଯୋଗୁଁ ଗ୍ରାହମାନଙ୍କୁ ଅଯଥାରେ ଅଧିକ ଅର୍ଥ ଦେବାକୁ ପଡ଼ୁଛି ।

Advertisment

ନିକଟରେ ସଂସଦରେ ଉପସ୍ଥାପିତ ସିଏଜି ରିପୋର୍ଟରେ କୁହାଯାଇଛି ଯେ ତୈଳ କମ୍ପାନିମାନଙ୍କ ଦ୍ବାରା ଗ୍ରହଣ କରାଯାଉଥିବା ଦୈନିକ ତେଲଦର ନିର୍ଦ୍ଧାରଣ ବ୍ୟବସ୍ଥାରେ ଅନେକ ତ୍ରୁଟି ରହୁଛି ।  ଦୈନିକ ନିର୍ଦ୍ଧାରଣ ହେଉଥିବା ତେଲ ଦର ଠିକ ସମୟରେ ଡିଲରଙ୍କୁ ସୂଚୀତ କରାଯାଉନାହିଁ । ଏହାର ଫାଇଦା ନେଇ ଡିଲରମାନେ ଅନେକ ସମୟରେ ଗ୍ରାହକମାନଙ୍କଠାରୁ ଅଧିକ ଅର୍ଥ ଆଦାୟ କରୁଛନ୍ତି । ଯାଞ୍ଚ କରାଯାଇଥିବା ୧୮୮ଟି ତେଲଟାଙ୍କି ମଧ୍ୟରୁ ୯୧ଟି ଟାଙ୍କିରେ ଏପରି ଅନିୟମିତତା ହେଉଥିବା ଜଣାପଡ଼ିଥିଲା । ଉଦାହରଣସ୍ବରୂପ ଗୋଟିଏ ଦିନରେ ଦର କମିଥିଲେ ବି ଡିଲରମାନଙ୍କୁ ସୂଚୀତ କରିବାରେ ବିଳମ୍ବ ଯୋଗୁଁ ସେମାନେ ପୁରୁଣା ଦରରେ ଅର୍ଥ ଆଦାୟ କରିଥାନ୍ତି ।

ଡିଲରମାନେ ଗ୍ରାହକଙ୍କଠାରୁ ଅଧିକ ଅର୍ଥ ଆଦାୟ କରିବା ପାଇଁ ତେଲକମ୍ପାନିମାନଙ୍କୁ ବି ଦାୟୀ କରିଛନ୍ତି ସିଏଜି । କାରଣ ଦୈନିକ ଦର ପରିବର୍ତ୍ତନ ପାଇଁ ଯେଉଁ ଭଳି ପ୍ରସ୍ତୁତି କରିବା ଆବଶ୍ୟକ ସେପରି ପ୍ରସ୍ତୁତି କରାଯାଇନଥିଲା । ଏପର୍ଯ୍ୟନ୍ତ ସବୁ ତେଲ ଟାଙ୍କି ଅଟୋମୋଟେଡ ହୋଇନଥିବାରୁ ମଧ୍ୟ ତାହା ସମସ୍ୟା ସୃଷ୍ଟି କରୁଛି ବୋଲି ସିଏଜି କହିଛନ୍ତି ।