ସାଉଦି ସଂକଟର ପ୍ରଭାବ : ଭାରତରେ ପେଟ୍ରୋଲ,ଡିଜେଲ ଦର ବଢିଲା

ନୂଆଦିଲ୍ଲୀ : ବିଶ୍ୱର ବୃହତ୍ତମ ତେଲ କମ୍ପାନି ସାଉଦି ଆରାମକୋ ଉପରେ ଗତ ସପ୍ତାହରେ ହୋଇଥିବା ଡ୍ରୋନ ଆକ୍ରମଣ ପରେ ବିଶ୍ୱ ବଜାରରେ ଅଶୋଧିତ ତେଲଦର ହଠାତ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ଦ୍ୱାରା ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ଆରମ୍ଭ କରିଛି । ବୁଧବାରଦିନ ଦେଶରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୪ରୁ ୨୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଏହି ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୭୧ ଟଙ୍କା ୪୮ ପଇସା ଓ ଡିଜେଲ ଲିଟର ପିଛା ୭୦ ଟଙ୍କା ୬୫ ପଇସାରେ ପହଞ୍ଚିଛି । ଗତ ଜୁଲାଇ ୫ ପରଠାରୁ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ଦରବୃଦ୍ଧି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ଦରବୃଦ୍ଧି ଜାରି ରହିବ ବୋଲି ଜଣାଯାଇଛି । କାରଣ ସାଉଦି ଆରବରୁ ଭାରତ ବିପୁଳ ପରିମାଣର ତେଲ ଆମଦାନୀ କରିଥାଏ । କିନ୍ତୁ ଆକ୍ରମଣପରେ ଏବେ ତାହା ପ୍ରଭାବିତ ହୋଇଛି । ତେବେ ସାଉଦି ଆରାମକୋର କ୍ଷତିଗ୍ରସ୍ତ ହୋଇଥିବା କାରଖାନାରୁ ଉତ୍ପାଦନ ସ୍ୱାଭାବିକ ହେବା ପରେ ତେଲଦର ବୃଦ୍ଧିରେ ବିରାମ ଲାଗିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର