ନୂଆଦିଲ୍ଲୀ: ୮.୫% ଥିବା ‘କର୍ମଚାରୀ ଭବିଷ୍ୟନିଧି ପାଣ୍ଠି’ (ଇ.ପି.ଏଫ୍) ସୁଧହାର ବର୍ଷ ୨୦୨୧-୨୨ ପାଇଁ ୮.୧%କୁ ହ୍ରାସ କରାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ଗୌହାଟିରେ ଆୟୋଜିତ ‘କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ’ର (ଇପିଏଫ୍ଓ) ‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଟ୍ରଷ୍ଟିଜ୍’ଙ୍କ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଖୁବ୍ ଶୀଘ୍ର ବୋର୍ଡର ସୁପାରିସ ଅର୍ଥମନ୍ତ୍ରାଳୟକୁ ପଠାଇ ଦିଆଯିବ।
Image used for representational purposes.
" />
Image Courtesy of The Quint
୪ ଦଶନ୍ଧି ମଧ୍ୟରେ ଏହା ହେଉଛି ସର୍ବନିମ୍ନ ‘ଇ.ପି.ଏଫ୍’ ସୁଧ ହାର। ବର୍ଷ ୧୯୭୭-୭୮ରେ ଏହାର ସୁଧ ହାର ଥିଲା ୮%।
୨୦୨୦-୨୧ରେ ‘ଇ.ପି.ଏଫ୍’ ସୁଧ ହାର ଥିଲା ୮.୫%। ୨୦୧୮-୧୯ରେ ୮.୬୫% ଥିବା ‘ଇ.ପି.ଏଫ୍’ ସୁଧ ହାର ମାର୍ଚ ୨୦୨୦ରେ ୮.୫%କୁ ହ୍ରାସ କରାଯାଇଥିଲା।
‘କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ’ର (ଇପିଏଫ୍ଓ) ପ୍ରାୟ ୫ କୋଟି ଗ୍ରାହକ ଅଛନ୍ତି। ଅର୍ଥମନ୍ତ୍ରାଳୟ ବୋର୍ଡର ନିଷ୍ପତ୍ତି ଗ୍ରହଣ କରିବା ପରେ ବର୍ଷ ୨୦୨୧-୨୨ ନିମନ୍ତେ ନୂତନ ସୁଧହାର ୮.୧%ରେ ହିସାବ କରି ଗ୍ରାହକମାନଙ୍କ ଆକାଉଣ୍ଟ୍ରେ ଜମା କରିବା ପାଇଁ ‘ଇପିଏଫ୍ଓ’ କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦେଶ ଦେବ।