କମିବାକୁ ଯାଉଛି ଉଭୟ ସବସିଡି ଏବଂ ବିନା ସବସିଡି ଘରୋଇ ଗ୍ୟାସ୍‌ର ଦର!

ନୂଆଦିଲ୍ଲୀ : ଗତ କିଛି ମାସ ହେଲା ଲଗାତାର ଭାବେ ଉଭୟ ସବସିଡି ଏବଂ ବିନା ସବସିଡି ଘରୋଇ ଗ୍ୟାସ୍‌ର ଦର ବଢ଼ିବାରେ ଲାଗିଛି। ଯାହାକୁ ନେଇ ଲୋକଙ୍କ ମନରେ ଦେଖାଦେଇଛି ଅସନ୍ତୋଷ। ଏଥିସହିତ ବର୍ଦ୍ଧିତ ଦାମ୍‌ ଯୋଗୁଁ ବହୁ ଗରିବ ଲୋକମାନେ ସବ୍‌ସିଡିରେ ପାଇଥିବା ଗ୍ୟାସ୍‌କୁ ମଧ୍ୟ ରିଫିଲିଙ୍ଗ କରିପାରୁ ନଥିବା ଭଳି ଖବର ଦେଖିବାକୁ ମିଳୁଛି। ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ଏଥିରୁ କିଛିଟା ମୁକ୍ତି ମିଳିବାକୁ ଯାଉଛି। କାରଣ ଏବେ କମିବାକୁ ଯାଉଛି ଘରୋଇ ଗ୍ୟାସ୍‌ର ଦର।

ଲଗାତାର ବଢୁଥିବା ତଥା ଖାଉଟିଙ୍କ ପାଇଁ ସମସ୍ୟା ପାଲଟିଥିବା ଲିକ୍ୟୁଫାଇଡ୍ ପେଟ୍ରୋଲିୟମ୍ ଗ୍ୟାସ୍‌ର ଦାମ୍ କମ୍ ହୋଇଛି । ଅଏଲ୍ ମାର୍କେଟିଙ୍ଗ୍ କମ୍ପାନୀ ୩୦ ନଭେମ୍ବର ଅର୍ଥାତ୍ ଆଜିଠାରୁ ବିନା ସବସିଡି ଥିବା ୧୪.୨ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡରର ଦାମ୍ ୧୩୩ ଟଙ୍କା କମିଛି । ଅନ୍ୟପକ୍ଷରେ ସବସିଡି ଥିବା ଏଲପିଜି ସିଲିଣ୍ଡରର ଦାମ୍ ୬.୨୫ ଟଙ୍କା କମିଛି । କଞ୍ଚା ତେଲ ଦାମ୍ କମିବା ଏବଂ ଭାରତୀୟ ମୁଦ୍ରା ଅଧିକ ହେବା କାରଣରୁ ଅଏଲ୍ ମାର୍କେଟ୍ କମ୍ପାନୀ ଦରଦାମ କମ୍ କରିବାକୁ ଚେଷ୍ଟା କରିଛନ୍ତି । ଆଜି ମଧ୍ୟରାତ୍ରରୁ ଏହି ନୂଆ ଦର ଲାଗୁ ହେବାକୁ ଯାଉଛି ।

ଦିଲ୍ଲୀରେ ବିନା ସବସିଡିର ଏଲପିଜି ସିଲିଣ୍ଡରର ଦାମ୍ ୯୪୨.୫୦ ଟଙ୍କା ହେଉଥିବା ବେଳେ ବର୍ତ୍ତମାନ ଏଥିରେ ୮୦୯.୫୦ ଟଙ୍କା ହେବାକୁ ଯାଉଛି। ଅନ୍ୟପକ୍ଷରେ ସବସିଡିର ଏଲପିଜି ସିଲିଣ୍ଡରର ଦାମ୍ ୫୦୦.୯୦ ଟଙ୍କା ହେଉଥିବା ବେଳେ ବର୍ତ୍ତମାନ ୫୦୭.୪୨ ଟଙ୍କା ହେବ ।

ସମ୍ବନ୍ଧିତ ଖବର