ଚୀନ୍‌ର ଆପ୍‌ଗୁଡ଼ିକୁ ନିଷିଦ୍ଧ କରାଯିବା ପରେ ଫୋନ୍‌ କଂପାନି ଏବେ ପ୍ରଭାବିତ ହେବେନି

ନୂଆଦିଲ୍ଲୀ : ଚୀନ୍‌ର ଆପ୍‌ଗୁଡ଼ିକୁ ନିଷିଦ୍ଧ କରାଯିବା ପରେ ଫୋନ୍‌ କଂପାନିଗୁଡ଼ିକର ଭାଗ୍ୟ କ’ଣ ହେବ ତାହାକୁ ନେଇ ଗ୍ରାହକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ଶାଓମି, ଓପୋ ଓ ଭିଭୋ ଭଳି ଚୀନ୍‌ର ସ୍ମାର୍ଟଫୋନ୍ ନିର୍ମାତାମାନେ ବିଶେଷ ପ୍ରଭାବିତ ହେବେ ନାହିଁ ବୋଲି ଜଣାପଡ଼ିଛି। ଦେଶରେ ବିକ୍ରି ହେଉଥିବା ପ୍ରତି ୧୦୦ ଫୋନ୍ ମଧ୍ୟରୁ ଚୀନ୍‌ର କଂପାନିଗୁଡ଼ିକ ପ୍ରାୟ ୮୧ଟି ଫୋନ୍ ବିକ୍ରି କରୁଛନ୍ତି। ଏହା ବାଦ ସାମସଙ୍ଗ୍‌, ନୋକିଆ ଓ ଆପଲ୍‌ ଭଳି ବିଦେଶୀ କଂପାନି ସ୍ମାର୍ଟଫୋନ୍ ବିକ୍ରି କରୁଛନ୍ତି। ଏହି ସବୁ ସଂସ୍ଥା ଫୋନ୍ ତିଆରି କରିବା ପାଇଁ ଅଧିକାଂଶ ସାମଗ୍ରୀ ଚୀନ୍‌ରୁ ମଗାଉଛନ୍ତି। ତେଣୁ ଯଦି ଚୀନ୍‌ ଫୋନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତେବେ କୌଣସି ସଂସ୍ଥା ଭାରତରେ ସେମାନଙ୍କ ଫୋନ୍ ବିକ୍ରି କରିପାରିବେ ନାହିଁ। ଗ୍ରାହକମାନେ ଚୀନ୍‌ କଂପାନିର ସ୍ମାର୍ଟଫୋନ୍‌କୁ ଏଥିପାଇଁ ପସନ୍ଦ କରୁଛନ୍ତି କାରଣ ସେଗୁଡ଼ିକର ମୂଲ୍ୟ ଅପେକ୍ଷାକୃତ କମ୍ ରହୁଥିବା ବେଳେ ଅନେକ ସୁବିଧା ସେଥିରେ ମିଳୁଛି।

ସମ୍ବନ୍ଧିତ ଖବର