ମାର୍କେଟିଂ ଖର୍ଚ୍ଚ କମାଇବେ ଫୋନ୍ କଂପାନି

ନୂଆଦିଲ୍ଲୀ: କରୋନା ପ୍ରଭାବରେ ମୋବାଇଲ୍ ଫୋନ୍ ବିକ୍ରି ହ୍ରାସ ପାଇଥିବାରୁ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କଂପାନିଗୁଡ଼ିକ ମାର୍କେଟିଂ ବାବଦରେ ଯେଉଁ ଖର୍ଚ୍ଚ କରୁଥିଲେ ତାହାକୁ କମ୍ କରିବା ଉପରେ ବିଚାର କରୁଛନ୍ତି। ମାର୍ଚ୍ଚ ଓ ଏପ୍ରିଲ୍‌ରେ ଫୋନ୍ ବିକ୍ରି ୩୦% ହ୍ରାସ ପାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ମା‌ର୍କେଟିଂ ଖର୍ଚ୍ଚ ୭୦% କମ୍ କରିବା ଉପରେ କଂପାନିଗୁଡ଼ିକ ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର