ଭୁବନେଶ୍ୱର: ଅଗ୍ରଣୀ ଭାରତୀୟ ଶିକ୍ଷା କମ୍ପାନି ଫିଜିକ୍ସ ୱାଲା ସର୍ବବୃହତ ସ୍କଲାରସିପ ପରୀକ୍ଷା ଏନ୍ଏସ୍ଏଟି (ନ୍ୟାସନାଲ୍ ସ୍କଲାରସିପ୍ କମନ୍ ଆଡମିସନ୍ ଟେଷ୍ଟ୍) ୨୦୨୪ର ତୃତୀୟ ସଂସ୍କରଣର ଶୁଭାରମ୍ଭ କରି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି । ନିଟ୍-ୟୁଜି ଏବଂ ଆଇଆଇଟି-ଜେଇଇ ପରୀକ୍ଷାରେ ଉତ୍କର୍ଷ ହାସଲ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଆର୍ଥିକ ସ୍ଥିତି ନିର୍ବିଶେଷରେ ଉଚ୍ଚଗୁଣାତ୍ମକ ଶିକ୍ଷା ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପ୍ରଦାନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ । ଏହି ପରୀକ୍ଷା ୨୦୨୪ ଅକ୍ଟୋବର ପହିଲାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଅନଲାଇନରେ ହେବ ଏବଂ ଅକ୍ଟୋବର ୬ ଏବଂ ଅକ୍ଟୋବର ୧୩, ୨୦୨୪ରେ ମନୋନୀତ କେନ୍ଦ୍ରରେ ଅଫଲାଇନରେ ହେବ । ଉଭୟ ଅନଲାଇନ ଓ ଅଫଲାଇନ ବିକଳ୍ପ ଉପଲବ୍ଧ ଥିବାରୁ ଏହା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେଉଛି । ପିସିଏମ/ପିସିବି ଗ୍ରୁପ୍ ସମେତ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଖୋଲା ରହିଛି, ଯାହା ବ୍ୟାପକ ଅନ୍ତର୍ଭୁକ୍ତୀକରଣକୁ ସୁନିଶ୍ଚିତ କରୁଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌଣସି ପରୀକ୍ଷା ପଞ୍ଜୀକରଣ ଶୁଳ୍କ ନାହିଁ, ଯାହା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଆର୍ଥିକ ପ୍ରତିବନ୍ଧକ ଦୂର କରୁଛି । ନଭେମ୍ବର ୨୦୨୪ରେ ଫଳାଫଳ ପ୍ରକାଶ ପାଇବ । ଏହି ପରୀକ୍ଷାରେ ଶ୍ରେଷ୍ଠ ୧୦୦୦ ଜଣ ଛାତ୍ରଛାତ୍ରୀଙ୍କୁ ରହିବା ସମେତ ଶତ ପ୍ରତିଶତ ଛାତ୍ରବୃତି ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୦୦ ଗରିବ ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହା ସୁନିଶ୍ଚିତ କରୁଛି ଯେ ଆର୍ଥିକ ସୀମିତତା ସେମାନଙ୍କ ଶିକ୍ଷାଗତ ଉତ୍କର୍ଷ ପଥରେ ବାଧା ସୃଷ୍ଟି କରିବ ନାହିଁ, ସେମାନଙ୍କୁ ସୁରକ୍ଷା ଏବଂ ଆଶ୍ୱସ୍ତି ପ୍ରଦାନ କରିବ । ଏହାବ୍ୟତୀତ, ଛାତ୍ରଛାତ୍ରୀମାନେ ଏକ ସ୍ୱତନ୍ତ୍ର ରାଙ୍କର୍ସ ଗ୍ରୁପରେ ଯୋଗ ଦେଇପାରିବେ, ଯାହା ନିଟ ୟୁଜି ଏବଂ ଆଇଆଇଟି ଜେଇଇ ଭଳି ସମ୍ମାନଜନକ ପରୀକ୍ଷାରେ ଶୀର୍ଷ ମାନ୍ୟତା ହାସଲ କରିବାର ସମ୍ଭାବନାକୁ ଯଥେଷ୍ଟ ବୃଦ୍ଧି କରିଥାଏ । ସମୁଦାୟ ୨୫୦ କୋଟି ଟଙ୍କାର ଏହି ସ୍କଲାରସିପ୍ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଏପର୍ଯ୍ୟନ୍ତ ଉପଲବ୍ଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସହାୟତା ମଧ୍ୟରୁ ଅନ୍ୟତମ । ଏହି ବିପୁଳ ସହାୟତା ସୁନିଶ୍ଚିତ କରୁଛି ଯେ ଆର୍ଥିକ ଅଭାବ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆକାଂକ୍ଷାରେ ବାଧା ସୃଷ୍ଟି କରିବ ନାହିଁ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବ ।