ନୂଆଦିଲ୍ଲୀ : ପିଆଜିଓ ଇଣ୍ଡିଆ ପକ୍ଷରୁ ଚଳିତମାସରେ ନୂଆ ସ୍ମୁଟର ଏପ୍ରିଲିଆ ଏସ୍ଏକ୍ସଆର୍ ୧୬୦କୁ ଭାରତ ବଜାରରେ ଉପଲବ୍ଧ କରାଯିବ। କମ୍ପାନି ଏହାର ପ୍ରାକ୍ ବୁକିଂ ଆରମ୍ଭ କରିଦେଇଛି। ୫୦୦୦ ଟଙ୍କାରେ ଏହାର ବୁକିଂ ଉଭୟ ଅନଲାଇନ୍ ଏବଂ ଏପ୍ରିଲିଆର ଡିଲରସିପ୍ରେ କରାଯାଉଛି। ମହାରାଷ୍ଟ୍ରର ବାରାମତିରେ ନିର୍ମିତ ଏହି ସ୍କୁଟରର ଏକ୍ସସୋ’ରୁମ୍ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ପାଖାପାଖି ରହିପାରେ। ୧୫୦ ସିସି ମୋଟରସାଇକଲ ଏବଂ ଅନ୍ୟ ପ୍ରିମିୟମ ସ୍କୁଟର ସହିତ ପ୍ରତିଯୋଗିତା କରିବ ବୋଲି ଆଶା କରାଯାଉଛି।
ପିଆଜିଓର ନୂଆ ସ୍ମୁଟର ଚଳିତମାସରେ ଆସିବ
/sambad/media/post_attachments/wp-content/uploads/2020/12/aprilia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)