ଭୁବନେଶ୍ବର : ଫୁଡିଜ୍ ଅଫ୍ ଭୁବନେଶ୍ବର ପକ୍ଷରୁ ଏକ୍ସପୋଜ୍ ଆଡଭର୍ଟାଇଜିଂ ସହଯୋଗିତାରେ ପ୍ରସ୍ତୁତ କରାଯାଇଛି ‘ପ୍ରୟାସ ୨୦୨୧’। ଏଥିରେ ଓଡ଼ିଶାର ପରିଚିତ ଖାଦ୍ୟଗୁଡ଼ିକର ଛବିକୁ ଅତି ସୁନ୍ଦର ଭାବେ ସ୍ଥାନିତ କରାଯାଇଛି। ଏଥିରେ ୧୨ ମାସ ପାଇଁ ୧୨ଟି ପ୍ରଧାନ ଖାଦ୍ୟର ଛବିକୁ ବ୍ୟବହାର କରାଯାଇଛି। ନୟାଗଡ଼ ଜିଲ୍ଲାର ସୁଦର୍ଶନ ସାହୁଙ୍କ ଦ୍ବାରା ବିକଶିତ ହୋଇଥିବା ଛେନାପୋଡ଼ ହେଉ ଅଥବା ଲିଙ୍ଗରାଜ ମନ୍ଦିରରେ ପ୍ରସାଦ ଭାବେ ବ୍ୟବହାର ହେଉଥିବା କୋରାଖଇ ଓ ପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ ରସଗୋଲାକୁ ଏଥିରେ ସାମିଲ କରାଯାଇଛି। କାଞ୍ଜି ଏବଂ ମୁଢ଼ି ମାଂସକୁ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି।
‘ପ୍ରୟାସ ୨୦୨୧’ରେ ଓଡ଼ିଆ ଖାଦ୍ୟର ଚିତ୍ର
/sambad/media/post_attachments/wp-content/uploads/2021/01/xpose.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)