ପିକ୍ସେଲ-୩ ବ୍ୟବହାରକାରୀ ରିଫଣ୍ଡ ମାଗିବାରୁ ଗୁଗଲ ପଠାଇଲା ୧୦ଟି ପିକ୍ସେଲ ଫୋନ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ : ଯଦି ଆପଣ ନୂଆ କିଣିଥିବା ସ୍ମାର୍ଟଫୋନରେ କିଛି ତ୍ରୁଟି ଦେଖାଯିବା ପରେ ଆପଣ କମ୍ପାନିକୁ ରିଫଣ୍ଡ ମାଗନ୍ତି ଏବଂ ରିଫଣ୍ଡ ବଦଳରେ ଆପଣଙ୍କୁ ୧୦ଟି ନୂଆ ଫୋନ ମିଳିଯାଏ, ତେବେ ଆପଣଙ୍କୁ କେମିତି ଲାଗିବ? କିଛି ଏଭଳି ଘଟଣା ଘଟିଛି ପିକ୍ସେଲ-୩ ବ୍ୟବହାରୀଙ୍କ ସହ । ବ୍ୟବହାରକାରୀଜଣଙ୍କ ରିଫଣ୍ଡ ପାଇଁ କହିଥିବା ବେଳେ ଗୁଗଲ ରିଫଣ୍ଡ ପରିବର୍ତ୍ତେ ୧୦ଟି ନୂଆ ପିକ୍ସେଲ-୩ ଫୋନ ଉପହାରରେ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ବ୍ୟବହାରକାରୀଜଣଙ୍କ ମିଳିଥିବା ୧୦ଟି ନୂଆ ପିକ୍ସେଲ-୩ ଫୋନକୁ ଫେରାଇବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ପୁଣି ଥରେ ରିଫଣ୍ଡ ପାଇଁ ଆବେଦନ କରିଥିବା ଜଣା ପଡ଼ିଛି ।

navbharattimes.indiatimes.com

ବ୍ୟବହାରକାରୀଙ୍କ କହିବା ଅନୁଯାୟୀ, ପିକ୍ସେଲ-୩ ଫୋନରେ ତ୍ରୁଟି ଦେଖାଯିବା ପରେ କମ୍ପାନି ମୋତେ ରିଫଣ୍ଡ ଆକାରରେ ୫,୫୦୦ଟଙ୍କା ଦେବା ସହ ୧୦ଟି ନୂଆ ପିକ୍ସେଲ-୩ ଫୋନ ପଠାଇଥିଲା । କିନ୍ତୁ ମୁଁ ଏହି ଫୋନଗୁଡ଼ିକୁ ରଖିବାକୁ ଚାହୁଁନାହିଁ । ମୁଁ ଏସବୁ ଫୋନକୁ ଫେରାଇବା ପାଇଁ ଚାହୁଁଛି । କିନ୍ତୁ ଗୁଗଲ ମୋତେ ମୋ ପୂରା ଟଙ୍କା ଫେରାଇବା ପରେ ଯାଇ ମୁଁ ଏହି ୧୦ଟି ଫୋନ କମ୍ପାନିକୁ ଦେବି ବୋଲି କହିଛନ୍ତି ବ୍ୟବହାରକାରୀ ।

ସମ୍ବନ୍ଧିତ ଖବର