ଦେଶର ପ୍ରଥମ ଦ୍ରୁତତମ ଟ୍ରେନ୍‌ -୧୮ର ଚଳନ୍ତା ଅବସ୍ଥାରେ ଭିଡିଓ ସେୟାର କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଦ୍ରୁତତମ ଟ୍ରେନ୍‌ ତଥା ଇଞ୍ଜିନ ବିହୀନ ଅର୍ଥାତ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶରେ ନିର୍ମିତ ଟ୍ରେନ୍‌ -୧୮ ଫେବ୍ରୁଆରି ୧୫ ତାରିଖ ଦିନ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍‌ର ନାମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ରଖାଯାଇଥିବା ରେଳମନ୍ତ୍ରୀ ପିୟୁଷ ଗୋଏଲ ସୂଚନା ଦେଇଥିଲେ। ୧୬ଟି ଡବ୍ଦା ଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ୩୦ବର୍ଷ ପୁୁରୁଣା ଶତାବ୍ଦୀ ଏକ୍ସପ୍ରେସ୍‌ର ସ୍ଥାନ ନେବ ବୋଲି କୁହାଯାଉଛି।

ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ସେଫ୍‌ଟି କ୍ଲିୟରେନ୍‌ସ, ଟ୍ରାଏଲ୍‌ସ ଓ ଟେଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଦେଶରେ ନିର୍ମିତ ସେମି-ହାଇସ୍ପିଡ ଟ୍ରେନ୍‌ -୧୮କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବ୍ରୁଆରି ୧୫ ତାରିଖ ସକାଳ ୧୦ଟା ସମୟରେ ଦିଲ୍ଲୀ ଷ୍ଟେସନ୍‌ରୁ ସବୁଜ ସଙ୍କେତ ଦେବେ। ଟ୍ରେନ୍‌-୧୮ ଦିଲ୍ଲୀ ଓ ବାରାଣାସୀ ମଧ୍ୟରେ ଚାଲିବ। ଦେଶର ସବୁଠାରୁ ଦ୍ରୁତଗତିରେ ଯାଉଥିବା ଏହି ଟ୍ରେନ୍‌ ଘଣ୍ଟାକୁ ୧୮୦କିମିରୁ ଅଧିକ ବେଗରେ ଯାତ୍ରା କରିବ। ଟ୍ରାଏଲ ରନ୍‌ ସମୟରେ ଦିଲ୍ଲୀରୁ ରାଜଧାନୀ ରୁଟ୍‌ ଦେଇ ଟ୍ରେନ୍‌-୧୮ ଘଣ୍ଟାପ୍ରତି ୧୮୦କିମି ବେଗରେ ଦୌଡ଼ିବାରେ ସଫଳ ରହିଛି। ଚଳନ୍ତା ଅବସ୍ଥାରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ର ଏକ ଭିଡିଓ ଟୁଇଟ କରିଛନ୍ତି।

ସମ୍ବନ୍ଧିତ ଖବର