ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ବର୍ଷ ୫ଜି ସ୍ପେକ୍ଟ୍ରମ୍ ବିକ୍ରି କରିବା ଉପରେ ବିଚାର କରୁଛନ୍ତି। ଏହି ସ୍ପେକ୍ଟ୍ରମ୍ ୨୪.୭୫-୨୭.୭୫ ଗିଗାହର୍ଚ ବ୍ୟାଣ୍ଡ୍ରେ ଉପଲବ୍ଧ ହେବ। ପଞ୍ଚମ ପିଢ଼ିର ମୋବାଇଲ୍ ସେବା ପାଇଁ ଏହି ସ୍ପେକ୍ଟ୍ରମ୍କୁ ବ୍ୟବହାର କରାଯିବ। ଚୀନ୍ର ଏକ ସହର ଦାବି କରିଛି ଯେ ସେଠାରେ ବିଶ୍ବର ପ୍ରଥମ ୫ଜି ମୋବାଇଲ୍ ସେବା ଉପଲବ୍ଧ ହେଉଛି। ୪ଜି ତୁଳନାରେ ୫ଜିରେ ୧୦-୧୦୦ ଗୁଣା ଅଧିକ ବେଗରେ ଇଣ୍ଟରନେଟ୍ ଉପଲବ୍ଧ ହେବ। ୫ଜିରେ କେବଳ ଦ୍ରୁତ ଗତିର ଡାଉନ୍ଲୋଡ୍ ସୁବିଧା ମିଳିବ ତାହା ନୁହେଁ ଏହା ମାଧ୍ୟମରେ ବିନା ଡ୍ରାଇଭର୍ରେ କାର୍ ଚଲାଇବା ଠାରୁ ଆରମ୍ଭ କରି ଦୂର ସ୍ଥାନରେ ରହି ଡାକ୍ତରମାନେ ଅନଲାଇନ୍ ବ୍ୟବସ୍ଥାରେ ଯନ୍ତ୍ରାଂଶ ପରିଚାଳନା କରି ଅପରେସନ ଥିଏଟରରେ ରୋଗୀଙ୍କ ଅସ୍ତ୍ରୋପଚାର କରିପାରିବେ। ୨୦୨୦ରେ ୫.୨୨ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ କରିବା ଲାଗି କେନ୍ଦ୍ର ସରକାର ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି। ସେଥିରେ ୫ଜି ସ୍ପେକ୍ଟ୍ରମ୍ ନଥିଲା। ଆସନ୍ତା ବର୍ଷ ଯେକୌଣସି ସମୟରେ ୫ଜି ସ୍ପେକ୍ଟ୍ରମ୍ ନିଲାମ କରିବା ଲାଗି ସରକାର ନିଜକୁ ପ୍ରସ୍ତୁତ କରିଛନ୍ତି। ଏସଂକ୍ରାନ୍ତରେ ଟେଲିକମ୍ ବିଭାଗ (ଡଟ୍) ପକ୍ଷରୁ ଦୂରସଂଚାର କ୍ଷେତ୍ରର ନିୟାମକ ସଂସ୍ଥା ଟ୍ରାଇର ମତାମତ ଲୋଡ଼ାଯାଇଛି। ୫ଜି ସ୍ପେକ୍ଟ୍ରମ୍ର ମୂଲ୍ୟ କେତେ ରହିବ ଏବଂ ଏହାକୁ କେଉଁଭଳି ଭାବେ ନିଲାମ କରାଯିବ ସେହି ପଦ୍ଧତି ବିଷୟରେ ଜଣାଇବା ଲାଗି ଟ୍ରାଇକୁ ଦାୟିତ୍ବ ଦିଆଯାଇଛି।
୫ଜି ପାଇଁ ପ୍ରସ୍ତୁତି ଆରମ୍ଭ, ଆସନ୍ତା ବର୍ଷ ସ୍ପେକ୍ଟ୍ରମ ନିଲାମ
/sambad/media/post_attachments/wp-content/uploads/2019/12/5g_wireless_technology_network_connections_by_credit-vertigo3d_gettyimages-1043302218_3x2-100787550-large.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)