ରୁଷିଆରୁ ସାର ଆମଦାନି ପାଇଁ ଯୋଜନା

ନୂଆଦିଲ୍ଲୀ : ରୁଷିଆରୁ ସାର ଆମଦାନି କରିବା ଲାଗି ସରକାରୀ ସ୍ତରରେ ଆଲୋଚନା ଆରମ୍ଭ ହେବ। ଚଳିତ ମାସ କିମ୍ବା ମାର୍ଚ୍ଚରେ ସାର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନେତୃତ୍ବରେ ଏକ ଟିମ୍ ମସ୍କୋ ଗସ୍ତ କରି ଏବିଷୟରେ ରୁଷିଆର ବାଣିଜ୍ୟ ମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭ୍‌ଙ୍କ ସହ ଆଲୋଚନା କରିବେ। ଦୀର୍ଘ ୩୦ ବର୍ଷ ପରେ ପ୍ରଥମ ଥର ଲାଗି ସାର ଆମଦାନିକୁ ନେଇ ଦୁଇ ସରକାରଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି। ୧୯୯୨ରେ ଆମଦାନିକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର