ସିଆଇଆଇ ମାନବ ସମ୍ବଳ ସମ୍ମିଳନୀ ଅବସରରେ ସ୍ବତନ୍ତ୍ର ବୃକ୍ଷରୋପଣ

ଭୁବନେଶ୍ବର: ସିଆଇଆଇ-ଓଡ଼ିଶା ପକ୍ଷରୁ ଆଜି ଭୁବନେଶ୍ବରଠାରେ ଆୟୋଜିତ ମାନବ ସମ୍ବଳ ସମ୍ମିଳନୀ ଅବସରରେ ନାଲକୋର ଅଧ୍ୟକ୍ଷ ତଥା ଫନି ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ବତନ୍ତ୍ର ଟାସ୍କ ଫୋସର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦଙ୍କ ଦ୍ବାରା ଏକ ସ୍ବତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଆଇଆଇ-ଓଡ଼ିଶାର ଅଧ୍ୟକ୍ଷ ରଂଜନ କୁମାର ମହାପାତ୍ର, ନାଲକୋର ନିର୍ଦ୍ଦେଶକ (ମାନବ ସମ୍ବଳ) ବି କେ ଠାକୁର, ଏମଓଆଇଏଲର ନିର୍ଦ୍ଦେଶକ (ମାନବ ସମ୍ବଳ) ଉଷା ସିଂ, ବିଭିନ୍ନ ଅନୁଷ୍ଠାନ ମାନବ ସମ୍ବଳ ଅଧିକାରୀ ଓ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ଫନି ବାତ୍ୟା ପରେ ଭୁବନେଶ୍ବର ଓ ଏହାର ପାଶ୍ବବର୍ତ୍ତୀ ଅଞ୍ଚଳରେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣ ଓ ସବୁଜିମା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ଡ. ଚାନ୍ଦ ଏହି ଅବସରରେ କହିଥିଲେ।

ସମ୍ବନ୍ଧିତ ଖବର