ଭୁବନେଶ୍ୱରରେ ପ୍ଲାଷ୍ଟିକ୍‌ ୧୦ ଟଙ୍କିଆର ପରୀକ୍ଷଣ

ନୂଆଦିଲ୍ଲୀ: ଅର୍ଥରାଷ୍ଟ୍ରମନ୍ତ୍ରୀ ପି. ରାଧାକୃଷ୍ଣନ୍‌ ଦେଶରେ ପ୍ଲାଷ୍ଟିକ ନୋଟ୍‌ ପ୍ରଚଳନ ସଂପର୍କରେ ମଧ୍ୟ ଆଜି ସଂସଦରେ ଉତ୍ତର ରଖିଛନ୍ତି। କହିଛନ୍ତି, ଦେଶରେ ୫ଟି ସ୍ଥାନରେ ପ୍ଲାଷ୍ଟିକ ୧୦ ଟଙ୍କିଆ ନୋଟ୍‌ର କ୍ଷେତ୍ର ପରୀକ୍ଷଣ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ସେହି ସହର ଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ରହିଛି। ଅନ୍ୟ ସହର ଗୁଡ଼ିକ ହେଲା କୋଚି, ମହୀଶୂର, ଜୟପୁର ଏବଂ ସିମ୍‌ଲା। ଏହି ନୋଟ୍‌ ପାଇଁ ବିଦେଶରୁ ସାମଗ୍ରୀ ଆମଦାନି ହେବ ଏବଂ ଭାରତୀୟ ନୋଟ୍‌ ଛାପା କାରଖାନା ଗୁଡ଼ିକରେ ଏହା ଛପାଯିବ।

ସମ୍ବନ୍ଧିତ ଖବର