ପ୍ଲାଷ୍ଟୋ ଫ୍ଲସ୍‌ ଟାଙ୍କି ମୂଲ୍ୟ ୧୦% କମିଲା

ଭୁବନେଶ୍ୱର: ପ୍ଲାଷ୍ଟିକ୍‌ ସାମଗ୍ରୀ ଉପରେ ଜିଏସ୍‌ଟି ହ୍ରାସ ପାଇବା ପରେ ପ୍ଲାଷ୍ଟୋ ଫ୍ଲସ୍‌ ଟାଙ୍କିର ମୂଲ୍ୟ ୧୦% ହ୍ରାସ ପାଇଛି। ଆର୍‌ସି ପ୍ଲାଷ୍ଟୋ ଟ୍ୟାଙ୍କ୍‌ ଆଣ୍ଡ ପାଇପସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ନିକଟରେ ‘ଓ୍ଵାଲ୍‌ ହଙ୍ଗ କ୍ରିଷ୍ଟର୍ଣ୍ଣ’ ନାମକ ଉତ୍ପାଦର ବଜାର ପ୍ରବେଶ କରାଯାଇଥିଲା। ଏଥିରେ ଡୁଆଲ୍‌ ଫ୍ଲସ୍‌ ସୁବିଧା ରହିଛି ଯାହା ପାଣି ଅପଚୟକୁ ରୋକିବ। ବଜାରରେ ଏହାର ଚାହିଦା ବଢ଼ିଛି। ଗ୍ରାହକମାନଙ୍କୁ ଅଧିକ ଲାଭ ପ୍ରଦାନ କରିବା ପାଇଁ କଂପାନି ପକ୍ଷରୁ ଏହା ଉପରେ ଜିଏସ୍‌ଟି ହ୍ରାସର ସୁବିଧା ଲାଗୁ କରାଯାଇଛି। ପ୍ଲାଷ୍ଟୋ ପକ୍ଷରୁ ୪ ଏବଂ ୮ ଲିଟର କ୍ଷମତାର କିଷ୍ଟର୍ଣ୍ଣ ବିକ୍ରି କରାଯାଉଛି। ଏହା ଦେଖିବାକୁ ସୁନ୍ଦର ଦେଖାଯାଉଛି ଯାହାକୁ ଲଗାଇଲେ ଗାଧୁଆ ଘର ବହୁତ ସୁନ୍ଦର ଦେଖାଯିବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର