ରେଳାବାଇ ଲଞ୍ଚ କଲା ‘ୟୁଟିଏସ’ ଆପ୍‌, ଜାଣନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ: ସରକାର ଦେଶକୁ ଡିଜିଟାଲାଇଜେସନ୍‌ କରିବା ପାଇଁ ବିଭିନ୍ନ ଯୋଜନାମାନ ହାତକୁ ନେଇଛନ୍ତି। ପେପରଲେସ ଇକୋନୋମି ପାଇଁ ସରକାର ଡିଜିଟାଲ କ୍ଷେତ୍ରକୁ ଅଧିକ ପୋତ୍ସାହିତ କରାଉଛନ୍ତି। ଏହି କ୍ରମରେ ମୋବାଇଲରେ ପ୍ଲାଟଫର୍ମ ଟିକେଟ ବୁକ କରିବା ପାଇଁ ରେଳ ବିଭାଗ ନିକଟରେ ‘ୟୁଟିଏସ’ ନାମକ ଏକ ଆପ ଲଞ୍ଚ କରିଛି । ଏଣିକି ଯାତ୍ରୀ ଏହି ଆପ୍‌ ଜରିଆରେ ଅସଂରକ୍ଷିତ ଟିକେଟ, ପ୍ଲାଟଫର୍ମ ଟିକେଟ ଓ ସିଜିନ ଟିକେଟ ମୋବାଇଲ ମାଧ୍ୟମରେ ବୁକ୍‌ କରିପାରିବେ। ପୂର୍ବରୁ ଅସଂରକ୍ଷିତ ଟିକେଟ, ସିଜିନ ଟିକେଟ ଓ ପ୍ଲାଟର୍ଫମ ଟିକେଟ ମୋବାଇଲରେ ବୁକ ହୋଇ ପାରୁ ନଥିଲା । ଏଥିପାଇଁ ଯାତ୍ରୀଙ୍କୁ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡୁଥିଲା ।

‘ୟୁଟିଏସ’ ଜରିଆରେ ଯାତ୍ରୀ ସୁବିଧା ଓ ସହଜରେ ଅସଂରକ୍ଷିତ ଟିକେଟ ବୁକ କରିପାରିବେ । ଏହି ଆପ ଦ୍ୱାରା ନୂଆ ସିଜିନ ପାଇଁ ଯାତ୍ରୀ ଟିକେଟ କାଟିବା ସହ ଏହାର ରିନ୍ୟୁ ମଧ୍ୟ କରିବାର ବିକଳ୍ପ ରହିଛି। ‘ୟୁଟିଏସ’ ଆପକୁ ବ୍ୟବହାର କରିବା ପାଇଁ ପ୍ରଥମେ ଯାତ୍ରୀଙ୍କୁ ନିଜ ନାମ ପଞ୍ଜିକୃତ କରିବାକୁ ପଡିବ । ଏହାପରେ ଆପଣାଛାଏଁ ଆର ୱାଲେଟ ଆସିଯିବ । ଏହି ୱାଲେଟକୁ ୟୁଟିଏସ କାଉଁଣ୍ଟର କିମ୍ବା ୱେବସାଇଟକୁ ଯାଇ ମଧ୍ୟ ରିଚାର୍ଜ କରିପାରିବେ । ଏହି ଆପଟି ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି । ‘ୟୁଟିଏସ’ ଆପ ବର୍ତ୍ତମାନ କିଛି ଷ୍ଟେସନରେ ପ୍ଲାଟର୍ଫମ ଟିକେଟ ବୁକ୍‌ କରିବା ପାଇଁ ଉପଲବ୍ଧ ହୋଇଛି । ସମସ୍ତ ଷ୍ଟେସନ ପାଇଁ ଖୁବ୍‌ ଶୀଘ୍ର ଏହି ଆପ୍‌କୁ ଲାଗୁ କରାଯିବ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଆପ ସାହାଯ୍ୟରେ ଆଡଭାନ୍‌ସ ଟିକେଟ ବୁକ୍‌ କରାଯାଇପାରିବ ନାହିଁ । ଯେଉଁଦିନ ଆପଣ ଷ୍ଟେସନ ଯିବାକୁ ଚାହୁଁଥିବେ ବା ରେଳରେ ଯାତ୍ରା କରିବାକୁ ଚାହୁଁଥିବେ ସେହିଦିନ ହିଁ ଟିକେଟ ବୁକ କରିପାରିବେ । ଏହି ଆପରେ ଥରେ ଟିକେଟ ବୁକ୍‌ କଲେ ଏହାକୁ ବାତିଲ କରାଯିବାର ବିଳଳ୍ପ ନାହିଁ ।

ସମ୍ବନ୍ଧିତ ଖବର