ଭୁବନେଶ୍ବର: ଗହଣା କଥା ଉଠିଲେ ମନକୁ ଆପେ ସୁନା କଥା ଚାଲିଆସେ। କିନ୍ତୁ ଇତି ମଧ୍ୟରେ ସୁନା ବ୍ୟତୀତ ହୀରା ଗହଣା ମଧ୍ୟ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ସେଥିପାଇଁ ପ୍ରତିଟି ପ୍ରତିଷ୍ଠିତ ଗହଣା ଦୋକାନରେ ହୀରା ଗହଣାଗୁଡ଼ିକର ସମ୍ଭାରକୁ ପ୍ରଦର୍ଶନ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ସୁନା ଓ ରୁପା ଭଳି ପ୍ଲାଟିନମ୍ ଗହଣା ଏବେ ବେଶ ଚର୍ଚ୍ଚାରେ ରହିଛି। ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ପ୍ଲାଟିନମ୍ରେ ତିଆରି ଗହଣା ଓ ଆକ୍ସେସୋରିଜ୍ ବିକ୍ରି ହେଉଛି। ପ୍ଲାଟିନମ୍ ଗିଲ୍ଡ ଇଣ୍ଟରନ୍ୟାସନାଲ୍ (ପିଜିଆଇ) ଇଣ୍ଡିଆ ପକ୍ଷରୁ ପୁରୁଷମାନଙ୍କ ଲାଗି ସ୍ବତନ୍ତ୍ର ପ୍ଲାଟିନମ୍ ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଏଥିରେ ରହିଛି ପ୍ଲାଟିନମ୍ରେ ତିଆରି ରିଷ୍ଟ୍ ଓୟାର, ଚେନ୍, ପେଣ୍ଡାଣ୍ଟ୍ ଏବଂ ବହୁତ କିଛି। ଆଧୁନିକ ପୁରୁଷମାନଙ୍କ ଷ୍ଟାଇଲ୍ ଓ ପୋଷାକକୁ ଖାପଖାଇବା ଭଳି ଗହଣା ଓ ଆକ୍ସେସୋରିଜ୍ ଦୋକାନଗୁଡ଼ିକରେ ଉପଲବ୍ଧ ରହିଛି। ପୂର୍ବରୁ ପ୍ଲାଟିନମ୍ ୟୁନିଟ୍ ହିସାବରେ ବିକ୍ରି ହେଉଥିଲା। ଏବେ କିନ୍ତୁ ଗ୍ରାମ୍ ହିସାବରେ ବିକ୍ରି ହେଉଛି। ସୁନା ତୁଳନାରେ ପ୍ଲାଟିନମ୍ ହେଉଛି ୩୦ ଗୁଣା ଅଧିକ ବିରଳ। ତେଣୁ କେବଳ ଏବିଷୟରେ ସଚେତନ ଥିବା ଗ୍ରାହକମାନେ ପ୍ଲାଟିନମ୍ ପ୍ରତି ଆଗ୍ରହ ଦେଖାଉଛନ୍ତି। ଗ୍ରାହକମାନେ ପ୍ଲାଟିନମ୍ କଏନ୍ ଓ ବାର୍ ମଧ୍ୟ କିଣିପାରିବେ। ବ୍ୟାଙ୍କ ଓ ସ୍ବୀକୃତିପ୍ରାପ୍ତ ଡିଲର୍ଙ୍କ ଠାରୁ ବାର୍ ଏବଂ କଏନ୍ କିଣିହେବ।
ଲଭ୍ ବ୍ୟାଣ୍ଡ୍/ କପଲ୍ ବ୍ୟାଣ୍ଡ୍ ଅଧିକ ପସନ୍ଦ
ଏକ ପ୍ରତିଷ୍ଠିତ ଗହଣା ସୋ’ରୁମ୍ର ଅଧିକାରୀଙ୍କ ମତ ଅନୁସାରେ ଓଡ଼ିଶାରେ ପ୍ଲାଟିନମ୍ ଗହଣା ଭିତରେ ଲଭ୍ ବ୍ୟାଣ୍ଡ୍ ଓ କପଲ୍ ବ୍ୟାଣ୍ଡ୍ ଅଧିକ ଲୋକପ୍ରିୟ। ବିଶେଷ କରି ନିର୍ବନ୍ଧ ସମୟରେ କିମ୍ବା ଏକା ପ୍ରକାରର ଗହଣା ପିନ୍ଧିବାକୁ ଚାହୁଥିବା ଦମ୍ପତି ଏହାକୁ କିଣିଥାନ୍ତି। ପ୍ଲାଟିନମ୍ର ମୂଲ୍ୟ ଏବେ ସୁନା ଠାରୁ କମ୍ ରହିଛି। ୧୦ ଗ୍ରାମ ପ୍ଲାଟିନମ୍ର ଦାମ୍ ୩୫,୮୦୦ ଟଙ୍କା ରହିଛି। ନୂଆ ନୂଆ ଡିଜାଇନ୍କୁ ପସନ୍ଦ କରୁଥିବା ଗ୍ରାହକମାନେ ପ୍ଲାଟିନମ୍ ଆଡ଼କୁ ମୁହାଁଇଥାନ୍ତି। ଏବେ ଗହଣା ଦୋକାନଗୁଡ଼ିକରେ ସର୍ବାଧିକ ସୁନା ଗହଣା ବିକ୍ରି ହେଉଥିବା ବେଳେ ତା’ ପଛକୁ ହୀରା ରହିଛି। ବିକ୍ରିରେ ପ୍ଲାଟିନମ୍ର ଅବଦାନ ୧୦-୧୫ ପ୍ରତିଶତ ଭଳି ସ୍ତରରେ ରହିଛି।
/sambad/media/post_attachments/wp-content/uploads/2020/12/fhsfh54s65fh45sf6h465sfhhfshf.jpg)
ବ୍ରେସ୍ଲେଟ୍, ଚେନ୍ ବି ଚାହିଦାରେ
ପ୍ଲାଟିନମ୍ ଗହଣାଗୁଡ଼ିକ ମଧ୍ୟରୁ ଯାହା ଅଧିକ ଚାହିଦାରେ ରହିଛି ତାହା ହେଉଛି ପ୍ଲାଟିନମ୍ ଚେନ୍, ପେଣ୍ଡାଣ୍ଟ୍, ବ୍ରେସ୍ଲେଟ୍, ରିଙ୍ଗ୍, ଇୟରରିଙ୍ଗ୍ ଓ ରିଷ୍ଟ୍ ଓୟାର। ଏହା ଧୀରେ ଧୀରେ ଲୋକମାନଙ୍କ ପସନ୍ଦର ଧାତବ ପଦାର୍ଥ ଭାବେ ଉଭା ହେବାରେ ଲାଗିଛି। ପ୍ଲାଟିନମ୍ ଗହଣା ନିର୍ମାତାମାନେ ପୁରୁଷମାନଙ୍କ ଜୀବନର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମୟ ଏବଂ ମୁହୂର୍ତକୁ ନଜରରେ ରଖି ଗହଣାଗୁଡ଼ିକର ଡିଜାଇନ୍ ତିଆରି କରୁଛନ୍ତି। ଏହା ସୌନ୍ଦର୍ଯ୍ୟ ବୃଦ୍ଧିର କାରଣ ହେଉଥିବା ବେଳେ ବ୍ୟକ୍ତିତ୍ବ ବିକାଶରେ ଯେଭଳି ସହାୟକ ହେବ ସେଥିପାଇଁ ମଧ୍ୟ କାରିଗରମାନେ ଧ୍ୟାନ ଦେଉଛନ୍ତି।
/sambad/media/post_attachments/wp-content/uploads/2020/12/fshsfh54sf6h4sh65sh465sfh.jpg)
ନବବଧୁ ପାଇଁ ବ୍ରାଇଡାଲ୍ କଲେକ୍ସନ
ପ୍ଲାଟିନମ୍ ଗହଣାର ସୌନ୍ଦର୍ଯ୍ୟ ଅତୁଳନୀୟ। ସେଥିପାଇଁ ନବବଧୂମାନଙ୍କ ଗହଣା ସମ୍ଭାରରେ ପ୍ଲାଟିନମ୍ ସ୍ଥାନ ପାଇବାକୁ ହକଦାର। ବିବାହ ଉତ୍ସବକୁ ନଜରରେ ରଖି ଅନେକ କଂପାନି ପ୍ଲାଟିନମ୍ ବ୍ରାଇଡାଲ୍ କଲେକ୍ସନକୁ ଉନ୍ମୋଚନ କରିଛନ୍ତି। ଏହି ଗହଣାଗୁଡ଼ିକୁ ଉଭୟ ଆଧୁନିକ ଏବଂ ପାରମ୍ପରିକ ପୋଷାକ ସହିତ ପିନ୍ଧିହେବ। ବ୍ରାଇଡାଲ୍ କଲେକ୍ସନରେ ରହିଛି ହାର, ଇୟର ରିଙ୍ଗ୍, ରିଙ୍ଗ୍ ଏବଂ ବ୍ରେସ୍ଲେଟ୍। ପ୍ଲାଟିନମ୍ ଗହଣାର ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟଟି ହେଉଛି ଏହାକୁ ଯେତେ ଦିନ ବ୍ୟବହାର କଲେ ମଧ୍ୟ ତାହାର ଆକାର କିମ୍ବା ଚମକରେ ପରିବର୍ତନ ହୁଏ ନାହିଁ। ବ୍ରାଇଡାଲ୍ କଲେକ୍ସନ ତିଆରି କରିବା ବେଳେ ଡିଜାଇନର୍ମାନେ ସୁନା ଓ ହୀରାକୁ ମଧ୍ୟ ବ୍ୟବହାର କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/dgdga5d4g65d4ga65465dgadgdga.jpg)